କଟକ(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ମାନସ ହତ୍ୟା ଘଟଣାପରଠୁ ପୁଲିସ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ନିରଞ୍ଜନ ଓ ଅନ୍ୟ ଅଭିଯୁକ୍ତକୁ ଏବେ ରିମାଣ୍ଡରେ ନ ନେବାକୁ ସ୍ଥିର କରିଛି ଭଦ୍ରକ ପୁଲିସ। ଆଜି ଏନେଇ ଭଦ୍ରକ ଅତିରିକ୍ତ ଏସ୍ପି ଯତୀନ ପଣ୍ଡା କହିଛନ୍ତି। ସେ କହିଛନ୍ତି ନିରଞ୍ଜନଙ୍କୁ ଏବେ ରିମାଣ୍ଡରେ ନେବାର ଯୋଜନା ନାହିଁ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ଆବଶ୍ୟକ ହେଲେ ନିରଞ୍ଜନଙ୍କୁ ରିମାଣ୍ଡରେ ନିଆଯିବ। ତେବେ ଶର୍ମିଷ୍ଠା ଧରାପଡ଼ିବା ଯାଏ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି।
ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ଆଜି ସେମାନଙ୍କ ରିମାଣ୍ଡ ଆବେଦନ କରିବ ପୁଲିସ। ଶର୍ମିଷ୍ଠା କେଉଁଠି ଅଛନ୍ତି, ଏହି ଘଟଣାର ପଛରେ ଆଉ କାହାର ହାତ ରହିଛି ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରିବ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ଚାନ୍ଦବାଲି ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ (ଜଣେ ମହିଳା) ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ମାନସଙ୍କୁ ଅପହରଣ କରିନେଇଥିଲେ। ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରୁ ମାରୁ ସେଠାରେ ମାନସଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ।
The post ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ appeared first on Odisha Reporter.
from Odisha Reporter https://ift.tt/ZdfyMlE
No comments:
Post a Comment