ନୂଆଦିଲ୍ଲୀ: ଦେଶବାସୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ଦାମ୍ ସହ ଘରୋଇ ସିଲିଣ୍ଡର ଦାମ୍ ବି ବଢ଼ିଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଳେଖାଏ ବଢ଼ିଛି। ଶେଷ ଥର ପାଇଁ ଗତ ଅକ୍ଟୋବର ୬ ତାରିଖରେ ଘରୋଇ ସିଲିଣ୍ଡର ଦାମ୍ ବଢ଼ିଥିଲା। ଏହାପରେ ଗତକାଲି ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି।
ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ଏବେ ତାହା ୯୭୬ ଟଙ୍କାରେ ପହଞ୍ଚିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୩୮ ଟଙ୍କାରୁ ବଢ଼ି ୯୮୭.୫ ଟଙ୍କାରେ ପହଞ୍ଚିଛି। ପାଟଣାରେ ସିଲିଣ୍ଡର ପିଛା ଦାମ୍ ହଜାରେ ଟଙ୍କା ପାର୍ କରିଛି। ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ରେ ପହଞ୍ଚିଛି।
ମାୟାନଗରୀ ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ରେଟ୍ ପୂର୍ବରୁ ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ୍ ୯୧୫.୫ ଟଙ୍କା ଥିବା ବେଳେ ଏବେ ତାହା ୯୬୫.୫ ଟଙ୍କାରେ ପହଞ୍ଚିଛି।
ପେଟ୍ରୋଲ ଓ ଡିଜେଲ ଦାମ୍ ୪ ନଭେମ୍ବର ପରଠୁ ସ୍ଥିତ ଥିଲା। ସେହିପରି ଘରୋଇ ସିଲିଣ୍ଡର ଦାମ ୬ ଅକ୍ଟୋବର ପରଠୁ ବଢ଼ି ନଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ସଙ୍ଗେ ପେଟ୍ରୋଲ, ଡିଜେଲ ଓ ଘରୋଇ ସିଲିଣ୍ଡର ଦାମ୍ ବଢ଼ିଥିବାରୁ ଅତିଷ୍ଠ ହୋଇପଡ଼ିଲେଣି ଗ୍ରାହକ । ଏଥିଯୋଗୁ ଅନ୍ୟାନ୍ୟ ସାମଗ୍ରୀ ଦର ବି ବଢ଼ିବା ଆଶଙ୍କା ଦେଖାଦେଇଛି। ଏବେ ଏକ ସଙ୍ଗେ ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ବଢ଼ିଥିବା ବେଳେ ଏହାର ବୋଛ ସାଧାରଣ ଲୋକଙ୍କ ପକେଟ ଓ ରୋଷେଇ ଘର ଉପରେ ପଡ଼ିବ । ଫଳରେ ବଜେଟ ବିଗିଡ଼ିଯିବା ଆଶଙ୍କା ଦେଖାଦେଇଛି।
The post ଘରୋଇ ସିଲିଣ୍ଡର ବି ମହଙ୍ଗା ହେଲା, ଜାଣନ୍ତୁ ନୂଆ ରେଟ୍ appeared first on Odisha Reporter.
from Odisha Reporter https://ift.tt/W9suP5m
No comments:
Post a Comment