ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ବାପା ମାଙ୍କୁ ପର କରି ଘର ଛାଡ଼ି ପଳାଇ ଆସିଥିଲେ। ନିଜ ମନର ମଣିଷ ସହ ସୁଖସଂସାର ଗଢିବା ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଯୌତୁକ ରାକ୍ଷସ ଆଗରେ ଧୂଳିସାତ ହୋଇଗଲା ସବୁ ସ୍ୱପ୍ନ। ସ୍ୱାମୀ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କଲେ ନବବଧୂ। ଯୌତୁକ ପାଇଁ ଶାଶୁରଘର ଲୋକେ ଝିଅକୁ ମାରିଦେଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସ୍ୱାମୀ ନରେନ୍ଦ୍ର ମନହିରା ଓ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ପୁଡାପାଲି ଗାଁର ଦୟାସାଗର ଦୀପଙ୍କ ଝିଅ ସୁଷମାଙ୍କୁ ସଦରଥାନା ସିନ୍ଦୁରବାହାଲ ଗାଁର ନରେନ୍ଦ୍ରଙ୍କୁ ଛଅ ମାସ ତଳେ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ସୁଷମାଙ୍କ ପରିବାର ଲୋକେ ରାଜି ନଥିଲେ। ଏଥିପାଇଁ ସୁଷମା ଘରୁ ପଳାଇ ଆସି ନରେନ୍ଦ୍ରଙ୍କୁ ବିବାହ କରିଥିଲେ। କିଛି ଦିନ ସେମାନଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ପରେ ଯୌତୁକରାକ୍ଷସ ନରେନ୍ଦଙ୍କୁ ଗ୍ରାସ କରିଥିଲା। ପରେ ବାପ ଘରୁ ଯୌତୁକ ଆଣିବାକୁ ସୁଷମାଙ୍କୁ ଦେଉଥିଲେ ଅସହ୍ୟ ନିର୍ଯାତନା। ଏପରିକି ମଦ ପିଇ ଆସି ତାଙ୍କୁ ନିର୍ଧୂମ ପିଟୁଥିଲେ।
ଶେଷରେ ସ୍ୱାମୀର ଅତ୍ୟାଚାର ସହି ନପାରି ଗତକାଲି ନିଜ ଘରେ ଫାଶୀ ଦେଇ ଥିଲେ ସୁଷମା। ଝିଅ ଆତ୍ମହତ୍ୟା କରିଥିବା ନେଇ ନରେନ୍ଦ୍ର ସୁଷମାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସୁଷମାଙ୍କ ବାପା ଅଭିଯୋଗ କରିଛନ୍ତି।
ଝିଅକୁ ହତ୍ୟା କରାଯାଇଥିବା ନେଇ ବଲାଙ୍ଗିର ସଦରଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରିଛି ପୁଲିସ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ଛାରଖାର ହେଲା ସଂସାର, ନବବଧୂ ଜୀବନ ନେଲା ଯୌତୁକ ଲୋଭ appeared first on Odisha Reporter.
from Odisha Reporter https://ift.tt/4dFHqhS
No comments:
Post a Comment