ହିନ୍ଦୁଙ୍କୁ ମିଳିବ ଅଳ୍ପସଂଖ୍ୟକ ମାନ୍ୟତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 27, 2022

ହିନ୍ଦୁଙ୍କୁ ମିଳିବ ଅଳ୍ପସଂଖ୍ୟକ ମାନ୍ୟତା!

ନୂଆଦିଲ୍ଲୀ: ହିନ୍ଦୁଙ୍କୁ ମଧ୍ୟ ମିଳିପାରିବ ଅଳ୍ପସଂଖ୍ୟକ ମାନ୍ୟତା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଯେପରି ଖ୍ରୀଷ୍ଟିଆନ, ଶିଖ, ମୁସଲମାନ, ବୌଦ୍ଧ, ପାର୍ସୀ ଏବଂ ଜୈନଙ୍କୁ ଜାତୀୟ ସ୍ତରରେ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇଛି, ସେହିପରି ଭାଷାଭାଷୀ କିମ୍ବା ସଂଖ୍ୟା ଆଧାରରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ରାଜ୍ୟମାନଙ୍କ ଅଧିକାରୀ ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିକୋର୍ଟଙ୍କୁ କହିଛନ୍ତି। ଆଇନଜୀବୀ ଅଶ୍ୱନୀ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହାଦ୍ୱାରା ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ମଧ୍ୟ ପରିଚାଳନା କରିପାରିବେ।  ରାଜ୍ୟ ମଧ୍ୟରେ ସଂଖ୍ୟାଲଘୁ ଭାବରେ ସେମାନଙ୍କର ପରିଚୟ ସମ୍ବନ୍ଧୀୟ ବିଷୟଗୁଡିକ ରାଜ୍ୟ ସ୍ତରରେ ବିଚାର କରାଯାଇପାରେ।

ସରକାର ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଉଦାହରଣ ନେଇ କହିଥିଲେ ଯେ, ମହାରାଷ୍ଟ୍ରରେ ୨୦୧୬ରେ ଇହୁଦିଙ୍କ ପାଇଁ ଧାର୍ମିକ ଓ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ, ମରାଠି, ଗୁଜୁରାଟି ଆଦି ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଏପରି କରିପାରନ୍ତି। ଏହି ମାମଲାରେ ଆଜି ପୁଣି ଶୁଣାଣି ହେବ।

ସୂଚନା ମୁତାବକ, ଆବେଦନରେ ଅଶ୍ୱନୀ କୁମାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଧିନିୟମ ୨୦୦୪ର ଧାରା ୨ ଏଫ୍‌ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ, ଧାରା-୨ ଏଫ୍‌ କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରିଥାଏ। ଯାହା ସ୍ପଷ୍ଟଭାବେରେ ମନମୁଖୀ, ଅଯୌକ୍ତିକ ଓ କ୍ଷତିକାରକ। ଦେଶର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ଆବେଦନକାରୀ ଦାବି କରିଛନ୍ତି।

ଲଦାଖ, ମିଜୋରାମ, ଲକ୍ଷାଦ୍ୱୀପ, କଶ୍ମୀର, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ ଏବଂ ମଣିପୁରରେ ୟୁହୁଦୀ, ବାହାଇ ଏବଂ ହିନ୍ଦୁ ଧର୍ମର ଅନୁଗାମୀମାନେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ନାହିଁ। ଏହା ଭୁଲ ବୋଲି ଆବେଦନରେ କୁହାଯାଇଛି।

The post ହିନ୍ଦୁଙ୍କୁ ମିଳିବ ଅଳ୍ପସଂଖ୍ୟକ ମାନ୍ୟତା! appeared first on Odisha Reporter.



from Odisha Reporter https://ift.tt/9WjPkOm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages