ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 27, 2022

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଓ ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତ ରାତିରୁ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।   ବନ୍ଦ ଯୋଗୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆଶଙ୍କା କରି ଜନସାଧାରଣ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଥିବା ବେଳେ ଆଜି ନିଜ ପକ୍ଷ ସ୍ପଷ୍ଟ କରିଛି ପେଟ୍ରୋଲିଅମ୍ ଡିଲର ସଂଘ ।

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ପେଟ୍ରୋଲିଅମ୍ ଡିଲର ସଂଘ ଧର୍ମଘଟରେ ସାମିଲ୍ ହୋଇନି।   ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ କେବଳ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିବ । ଦ୍ୱିତୀୟାର୍ଦ୍ଧରେ ସ୍ୱାଭାବିକ ଭାବେ ଭୁବନେଶ୍ୱରରେ ପେଟ୍ରୋଲ୍ ପମ୍ପ୍ ଖୋଲା ରହିବ । ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିଛି ।

ସୂଚନାଯୋଗ୍ୟ, ଷ୍ଟ୍ରାଇକ୍ ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିବ କି ନାହିଁ ସେ ନେଇ ପେଟ୍ରୋଲ, ଡିଜେଲ ଡିଲର୍ସ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରୁ ପ୍ରାୟତଃ ସମସ୍ତ ପମ୍ପ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍‌। ଆଜି ସକାଳେ ବି ତେଲ ପକାଇବାକୁ ଲୋକେ ପମ୍ପମୁହାଁ ହେଉଛନ୍ତି। ଏପରିକି ତେଲ ପକାଇବାକୁ ଘଣ୍ଟା ଘଣ୍ଟା ଲାଇନ୍‌ରେ  ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ହେଲେ ପେଟ୍ରୋଲିଅମ୍ ଡିଲର ସଂଘର ଘୋଷଣା ପରେ ସାଧାରଣ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ଆଜି ଓ ଆସନ୍ତା କାଲି ୨ ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ  ସାମିଲ ହୋଇଛନ୍ତି।

The post ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ appeared first on Odisha Reporter.



from Odisha Reporter https://ift.tt/RMcTSyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages