ନୂଆଦିଲ୍ଲୀ: ତିନି ତିନି ଥର ବୈଠକ ବସିଲାଣି ହେଲେ ସମାଧାନର ବାଟ ବାହାରିପାରୁନି। ୟୁକ୍ରେନ ଓ ରୁଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି। ଗୋଟିଏ ପଟେ ଯୁଦ୍ଧ ଦ୍ୱାଦଶ ଦିନ ପାର୍ କରିଥିବା ବେଳେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରସ୍ତାବ ନେଇ ତୃତୀୟ ରାଉଣ୍ଡ ଆଲୋଚନା ହୋଇଥିଲା।
ବେଲାରୁଷ-ପୋଲାଣ୍ଡ ସୀମାନ୍ତରେ ଉଭୟ ରାଷ୍ଟ୍ରର ପ୍ରତିନିଧି ବୈଠକ କରିଥିଲେ। ତେବେ ଏଥିରେ ବଡ ଧରଣର ରେଜଲ୍ଟ ମିଳିନଥିବା ବେଳେ ଯୁଦ୍ଧ ଭୂଇଁରୁ ଲୋକଙ୍କୁ ଉଦ୍ଧାର ପାଇଁ ମାନବୀୟ କରିଡର ଉପରେ ଉଭୟ ପକ୍ଷ ବିଶେଷ ଗୁରୁତ୍ୱ ଦେଇଥିବା ୟୁକ୍ରେନ୍ ପ୍ରତିନିଧି କହିଛନ୍ତି।
ରୁଷ ପ୍ରତିନିଧିଙ୍କ ପକ୍ଷରୁ ଅନେକ ଡକ୍ୟୁମେଣ୍ଟ ଏବଂ ଏଗ୍ରିମେଣ୍ଟ ପେପର ଅଣାଯାଇଥିବା ବେଳେ ସେଥିରେ ଦସ୍ତଖତ କରିବାକୁ ମନା କରିଦେଇଥିଲା ୟୁକ୍ରେନ୍। ସମୀକ୍ଷା ପାଇଁ ୟୁକ୍ରେନ୍ ପ୍ରତିପକ୍ଷ ସେହି ଦସ୍ତାବିଜକୁ ଆଣିଛନ୍ତି। ପାଖାପାଖି ୩ ଘଣ୍ଟା ଧରି ବସିଥିବା ଏହି ବୈଠକରେ ଆଶାନୁରୂପ ଫଳାଫଳ ମିଳିନଥିବାରୁ ପୁଣି ଥରେ ବୈଠକ ବସିପାରେ ବୋଲି ୟୁକ୍ରେନ୍ ପ୍ରତିନିଧି କହିଛନ୍ତି।
ସେପଟେ ରୁଷ ପକ୍ଷରୁ ମଧ୍ୟ ବୈଠକ ବିଫଳ ହୋଇଥିବା କୁହାଯାଇଛି। ଏହାପୂର୍ବରୁ ଦୁଇ ଦୁଇ ଥର ଶାନ୍ତିପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ତଥାପି କୌଣସି ସୁଫଳ ପାଇନଥିଲା ୟୁକ୍ରେନ୍। ବରଂ ଦିନକୁ ଦିନ ଆକ୍ରମଣ ଜୋରଦାର କରିବା ସହ ୟୁକ୍ରେନକୁ ଦଖଲ କରିବାରେ ଲାଗିଛି ରୁଷ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସୋମବାର ଦିନ ଏକ ବୈଠକ କରି ୟୁକ୍ରେନର ମାନବିକ ସ୍ଥିତିକୁ ନେଇ ଆଲୋଚନା କରିଛି। ରୁଷର ଆକ୍ରମଣ ଆରମ୍ଭରୁ ୧୭ ଲକ୍ଷରୁ ଅଧିକ ୟୁକ୍ରେନୀୟ ମଧ୍ୟ ୟୁରୋପୀୟ ଦେଶରେ ପ୍ରବେଶ କରିଥିବା କୁହାଯାଉଛି। ମିଳିତ ଜାତିସଂଘ ସାମରିକ ବିବାଦର ଅନ୍ତ ଘଟାଇବାକୁ କୂଟନୈତିକ ପ୍ରୟାସ ଜାରି ରଖିଛି।
The post ତିନି ତିନି ଥର ବୈଠକ ପରେ ବି ଫିଟୁନି ସମାଧାନର ବାଟ appeared first on Odisha Reporter.
from Odisha Reporter https://ift.tt/8IwbZlz
No comments:
Post a Comment