ନିର୍ବାଚନ ପରେ ବି ଥମୁନି ହିଂସା; କଥା କଟାକଟିରୁ ଭୁଜାଲି ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 7, 2022

ନିର୍ବାଚନ ପରେ ବି ଥମୁନି ହିଂସା; କଥା କଟାକଟିରୁ ଭୁଜାଲି ଚୋଟ

ବିନିକା(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନୀ ପରେ ବି ଥମିବା ନାଁ ଧରୁନି ହିଂସା I ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି  ନିର୍ବାଚନୀ ପରବର୍ତ୍ତୀ ହିଂସା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଗାଁରେ ନିର୍ବାଚନୀ ହିଂସାକୁ ନେଇ ହୋଇଛି ଭୁଜାଲି ମାଡ଼ । ଏହି ଆକ୍ରମଣରେ ୨ ଜଣ ଗୁରୁତର ହେବା ସହ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଗତ ରାତିରେ ବିଶାଲପାଲି ଗାଁର ଆନନ୍ଦ ଜାଲଙ୍କର  ବୁଧୁ ପ୍ରସାଦ ଓ ସମୀର ମତାରିଙ୍କ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କଥା କଟାକଟି ହୋଇଥିଲା । ପରେ ଘଟଣା ଉଗ୍ରରୂପ ନେଇଥିଲା । ଉତ୍ତ୍ୟକ୍ତ ଆନନ୍ଦ ଜାଲଙ୍କ ଭୁଜାଲି ଆକ୍ରମଣରେ ବୁଧୁ ପ୍ରସାଦ ଓ ସମୀର ମତାରି ଗୁରୁତର ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଖବର ପାଇ ଘଟଣାସ୍ଥଳକୁ ବିନିକା ପୁଲିସ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକ ଆନନ୍ଦ ଜାଲକୁ ଥାନାକୁ ଆଣିବା ସହ ଅଟକ ରଖିଛି ବିନିକା ପୁଲିସ୍‌ I

The post ନିର୍ବାଚନ ପରେ ବି ଥମୁନି ହିଂସା; କଥା କଟାକଟିରୁ ଭୁଜାଲି ଚୋଟ appeared first on Odisha Reporter.



from Odisha Reporter https://ift.tt/5hcvHGV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages