‘ଛାଡ଼ିବୁନି ମାରିୟୁପୁଲ’- ରୁଷର ଅଲ୍ଟିମେଟମ୍‌କୁ ଏଡ଼ାଇ ଏପରି କହିଲା ୟୁକ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 20, 2022

‘ଛାଡ଼ିବୁନି ମାରିୟୁପୁଲ’- ରୁଷର ଅଲ୍ଟିମେଟମ୍‌କୁ ଏଡ଼ାଇ ଏପରି କହିଲା ୟୁକ୍ରେନ

କିଭ୍‌: ରୁଷର ଅଲ୍ଟିମେଟମ୍‌କୁ ଏଡ଼ାଇ ଦେଲା ୟୁକ୍ରେନ । ଆକ୍ରମଣର ୨୬ ଦିନରେ ବି ରୁଷ ଆକ୍ରମଣର କଡ଼ା ଜବାବ ଦେଉଛି ୟୁକ୍ରେନ । ରୁଷ ଆଖି ଏବେ ୟୁକ୍ରେନର ମାରିୟୁପୁଲ ଉପରେ ଥିବା ବେଳେ ଏହାକୁ ସହଜେ ହାତଛଡ଼ା କରିବା ମୁଡରେ ନାହିଁ ୟୁକ୍ରେନ । ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଯୋଡ଼ୁଥିବା ଏହି ସହରକୁ ହାସଲ କରିବା ରୁଷ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ।

ମାରିୟୁପୁଲରେ ଏବେ ବି ୪ ଲକ୍ଷ ଲୋକ ଫସି ରହିଥିବା ବେଳେ ଏହାକୁ ୪ ପଟୁ ଘେରି ପ୍ରବଳ ଗୋଳିଗୋଳା ଫୁଟାଇବା ସହ ବଡ଼ ବଡ଼ ବିଲ୍ଡିଂକୁ ରକେଟ ମାଡ଼ କରୁଛି ରୁଷ। ତେଣୁ ମାରିୟୁପୁଲରେ ଖାଦ୍ୟ, ପାଣି  ଆଦି ସରି ଆସୁଥିବା ବେଳେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ସମଗ୍ର ବିଶ୍ୱକୁ ଚେତାଇ ଦେଇଛି ରୁଷ।  ଏହି ସହରରେ ଯେଉଁମାନେ ଅସ୍ତ୍ର ସହ ସମର୍ପଣ କରିବେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଯିବାକୁ ସୁଯୋଗ ଦିଆଯିବ ବୋଲି  ପ୍ରସ୍ତାବ ଦେଇଛି ରୁଷ । ହେଲେ ରୁଷ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ। ରୁଷ ସେନା ସହ କୌଣସି ଆଲୋଚନା ହେବନି ବୋଲି ସେ କହିଛନ୍ତି  ।

ୟୁକ୍ରେନର ପ୍ରତ୍ୟାଖ୍ୟାନ ପରେ ରୁଷ ପକ୍ଷରୁ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି । ମାରିୟୁପୁଲ ଉପରେ ପ୍ରବଳ ବୋମାମାଡ଼ ହେଉଥିବା ସୂଚନା ମିଳିଛି । ଫେବୃୟାରୀ ୨୪ ପରେ ଏବେ ମାରିୟାପୁଲ ଉପରେ ସବୁଠୁ ବଡ଼ ହାମଲା ବୋଲି କୁହାଯାଉଛି। ରୁଷର ବୋମାମାଡ଼ ଯୋଗୁ ମାରିୟୁପୁଲର ୮୦% କୋଠା ମାଟିରେ ମିଶି ସାରିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରର ବଡ଼ ବଡ଼ ବ୍ରିଜ୍ ଉପରେ ରକେଟ୍ ମାଡ଼ କରିଛି ରୁଷ୍ ଏହାସହ ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍ । ଏପରି ଆତଙ୍କବାଦୀ ହାମଲାକୁ ଆଗାମୀ ପିଢ଼ି ବି ମନେ ରଖିବେ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଦୀର୍ଘ ୨୬ ଦିନ ହେବ ଏହି ଯୁଦ୍ଧ ଚାଲିଥିବା ବେଳେ ଏଥିରେ ୟୁକ୍ରେନର ହଜାର ହଜାର ସାଧାରଣ ଲୋକଙ୍କ ସମେତ ରୁଷର ୧୩ ହଜାରରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ରୁଷର ବହୁ ତୋପ, ବିମାନ ତଥା ଟ୍ୟାଙ୍କକୁ ନଷ୍ଟ କରାଯାଇଥିବା ୟୁକ୍ରେନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ରୁଷର ପ୍ରବଳ ଆକ୍ରମଣ ଯୋଗୁ ୟୁକ୍ରେନ ଧ୍ୱସଂସ୍ତୁପରେ ପରିଣତ ହେଉଥିବା ବେଳେ  ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ହେଲେ ଏହା ବିଫଳ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି ଚେତାଇ ଦେଇଛନ୍ତି ଜେଲେନସ୍କି। ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବହୁ ଥର ଆଲୋଚନା ହୋଇଥିବା ବେଳେ ୟୁଦ୍ଧ ବନ୍ଦର ବାଟ ଫିଟିପାରି ନାହିଁ।

ରୁଷ୍ ଓ ୟୁକ୍ରେନର ଯୁଦ୍ଧ ଭିତରେ ଆସନ୍ତା ୨୫ ତାରିଖରେ ପୋଲାଣ୍ଡ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରିବା ନେଇ ପୋଲାଣ୍ଡ ସହ ଆଲୋଚନା କରିବେ ବାଇଡେନ୍ । ସହଯୋଗୀ ରାଷ୍ଟ୍ରଙ୍କ ସହ ମିଶି ସହାୟତା ପହଞ୍ଚାଇବା ନେଇ ଆଲୋଚନା କରିବେ ।

The post ‘ଛାଡ଼ିବୁନି ମାରିୟୁପୁଲ’- ରୁଷର ଅଲ୍ଟିମେଟମ୍‌କୁ ଏଡ଼ାଇ ଏପରି କହିଲା ୟୁକ୍ରେନ appeared first on Odisha Reporter.



from Odisha Reporter https://ift.tt/h3qK1Rn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages