ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ବର ଓ୍ୱାର୍ଡରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇ ପୋଡ଼ିଦେଲେ ଦୁର୍ବୃତ୍ତ।
ଆଗକୁ ପୌରନିର୍ବାଚନ ଥିବାବେଳେ ୭ ନମ୍ବର ଓ୍ୱାର୍ଡରେ କଂଗ୍ରେସ ପକ୍ଷରୁ ତମ୍ବୁ ଟାଣି ଅସ୍ଥାୟୀ ପାର୍ଟି ଅଫିସ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ଼ କେହି ଦୁର୍ବୃତ୍ତ ସେଠାରେ ନିଆଁ ଲଗାଇ ଦେଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ନିଆଁରେ କିଛି ଜିନିଷ ପୋଡ଼ି ଯାଇଛି।
ଆକ୍ରୋଶ ରଖି ବିରୋଧୀ ଦଳ ଏପରି କରିଥାଇପାରନ୍ତି ବୋଲି କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କହିଛନ୍ତି ।
ସେ ଆହୁରି କହିଛନ୍ତି, ଲୋକେମାନେ କଂଗ୍ରେସକୁ ବହୁମାତ୍ରାରେ ସମର୍ଥନ କରୁଛନ୍ତି। ଯାହାଫଳରେ ବିରୋଧୀ ହତୋତ୍ସାହିତ ହୋଇଗଲେଣି। ହାରିବା ଭୟରେ ସେମାନେ ଏପରି କରୁଛନ୍ତି। ଗଣତନ୍ତ୍ରରେ ହିଂସାରେ ସ୍ଥାନ ନାହିଁ। ଯେଉଁମାନେ କରୁଛନ୍ତି, ସେମାନେ ଏଥିରେ ନିବୃତ୍ତ ରୁହନ୍ତୁ।
The post କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/4Mv7oOq
No comments:
Post a Comment