ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ ଆପ୍‌ର ଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 10, 2022

ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ ଆପ୍‌ର ଆଖି

ନୂଆଦିଲ୍ଲୀ: ପଞ୍ଜାବରେ ସବୁ ବଡ଼ବଡ଼ ରାଜନୀତିକ ଦଳର ସ୍ୱପ୍ନକୁ ଚୂରମାର କରିଦେଇଛି ଆପ୍‌। ଦିଲ୍ଲୀ ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ପଞ୍ଜାବରେ ଐତିହାସିକ ବିଜୟ ହାସଲ କରିଛି। ଦଳ ଏକାକୀ ୯୨ଟି ଆସନ ଜିତିଥିବା ବେଳେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୮ଟି ସ୍ଥାନରେ ବାଜିମାତ କରିବାକୁ ସକ୍ଷମ ହୋଇଛି। ପଞ୍ଜାବରେ ଆପ୍‌ର ଏପରି ସଫଳତା ପରେ ସବୁଆଡେ କେଜ୍ରିୱାଲଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀ ଓ ପଞ୍ଜାବରେ ଆପ ସରକାର ଗଠନ କରିବାକୁ ସକ୍ଷମ ହେବା ପରେ ଏବେ ଆଉ ଦୁଇ ରାଜ୍ୟ ଉପରେ ଆଖି ପକାଇଛି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ଗୁଜରାଟ ଓ ହିମାଚଳ ପ୍ରଦେଶରେ ବି ଆପ୍‌ ଲଢ଼େଇ କରିବ। ଗୁଜରାଟ ପୌର ନିର୍ବାଚନରେ ଆପ୍‌କୁ ସଫଳତା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଆପ୍‌ ବିଧାନସଭାର ସବୁ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ଆପ୍‌ ତା’ର ରଣନୀତି ପ୍ରସ୍ତୁତ କରୁଥିବା ବରିଷ୍ଠ ନେତା ଅକ୍ଷୟ ମରାଠେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ହଁ, ଆମେ ନିଶ୍ଚିତ ଭାବେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବୁ। ଏହି ଦୁଇଟି ରାଜ୍ୟ ଆମ ରାଡାରରେ ରହିଛି ଓ ଦଳ ପକ୍ଷରୁ ନେତାମାନଙ୍କୁ ମଧ୍ୟ ସେଠାକୁ ପଠାଯାଉଛି। ଗୁଜରାଟ ଓ ହିମାଚଳରେ ଆମ ପ୍ରଭାବ ନିଶ୍ଚିତ ଅନୁଭବ ହେବ। ଦୀର୍ଘ ଦଶନ୍ଧି ହେଲାଣି ଦେଶରେ କେବଳ ୨ଟି ପାର୍ଟି(ବିଜେପି ଓ କଂଗ୍ରେସ) ମଧ୍ୟରୁ ଲୋକମାନେ ଜଣଙ୍କୁ ବାଛିବାକୁ ବାଧ୍ୟ ହେଉଛନ୍ତି। ଏହି ଦୁଇ ଦଳ ପର୍ଯ୍ୟାୟକ୍ରମେ କ୍ଷମତାକୁ ଆସୁଥିଲେ ମଧ୍ୟ ଲୋକଙ୍କ ପାଇଁ କିଛି କରୁନାହାନ୍ତି। ପ୍ରଥମଥର ପାଇଁ ଲୋକମାନେ ତୃତୀୟ ବିକଳ୍ପ ପାଇଛନ୍ତି। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି।”

ପଞ୍ଜାବରେ ଆପ୍‌ କ୍ଷମତା ଦଖଲ କରିପାରିବ ନାହିଁ ବୋଲି ଅନେକ ଲୋକ ପୂର୍ବରୁ କହୁଥିଲେ। ହେଲେ ଆପ୍‌ ରେକର୍ଡ ୯୨ଟି ଆସନରେ ଜିତିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ଆପ୍‌ ସମ୍ପର୍କରେ ଏପରି କଥା ଆମେ ବହୁ ଦିନରୁ ଶୁଣି ଆସୁଛୁ। ବଡ଼ବଡ଼ ରାଜନୀତିକ ପଣ୍ଡିତ ଓ ବ୍ୟକ୍ତିମାନେ ଆମ ଉପସ୍ଥିତିକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରି କ୍ଲିନ ସୁଇପ କରିଛୁ। ମୁଁ ବିନମ୍ରତାର ସହ କହିବାକୁ ଚାହେଁ ଯେ ଗତ ୧୦ ବର୍ଷ ହେଲାଣି ଆମେ କଠିନ ପରିଶ୍ରମ କରି ଚାଲିଛୁ। ଏବେ ଆମ ପ୍ରଦର୍ଶନ ସମସ୍ତ ଆଗରେ ରହିଛି।”

୨୦୧୭ରେ ଆପ୍‌ ପଞ୍ଜାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବଳ ୨୦ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ୨୦୨୨ରେ ଆପ୍‌ ସବୁ ଗଣିତକୁ ଓଲଟପାଲଟ କରି ୯୨ଟି ଆସନ ଦଖଲ କରିଛି।

The post ପଞ୍ଜାବ ପରେ ଏହି ଦୁଇ ରାଜ୍ୟ ଉପରେ ଆପ୍‌ର ଆଖି appeared first on Odisha Reporter.



from Odisha Reporter https://ift.tt/dbrR7vJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages