ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଘର ଭାଙ୍ଗି ଦେଲା ଦନ୍ତା। ଏଥିସହ ଖାଇଗଲା ଚାଉଳ ଓ ଧାନ। ଗାଁରେ ପଶି ଭାଙ୍ଗିଦେଲା ଘରର କାନ୍ଥ। ବାଲେଶ୍ୱର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ପାଳସିଆ ଓ ତାଳମେଢ଼ି ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଜନବସତିକୁ ପଶି ଏକ ଦନ୍ତା ହାତୀ ଘରର କାନ୍ଥ ଭାଙ୍ଗିବା ସହ ଚାଉଳ, ଧାନ ଖାଇ ସହ ନଷ୍ଟ କରିଛି।
ହାତୀଟି ମୟୂରଭଞ୍ଜ ବଡାମ ଜଙ୍ଗଲରେ କିଛି ଦିନ ହେଲା ଆସି ଗାଁ ନିକଟରେ ରହିଛି। ଆଖପାଖ ଅଞ୍ଚଳର ପଶି ପ୍ରତିଦିନ ପରିବା ଚାଷ ବି ନଷ୍ଟ କରୁଛି ହାତୀ। ଗତକାଲି ସନ୍ଧ୍ୟାରେ ଗାଁ ମୁହାଁ ହୋଇଥିଲା ହାତୀ। ଏଥିପାଇଁ ବିଦ୍ୟୁତ ସରବାହ ବନ୍ଦ କରି ଦିଆଯାଇଥିଲା। ତେବେ ଗାଁରେ ପଶି ବିଳମ୍ବିତ ରାତିରେ ଘରର ଆସବାବପତ୍ର ସହ ଧାନ, ଚାଉଳ ନଷ୍ଟ କରିଛି। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଭାଗ ଏପର୍ଯ୍ୟନ୍ତ ପହଁଚି ନାହିଁ। ତେଣୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
The post ଘର ଭାଙ୍ଗି ଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/m0FTda4
No comments:
Post a Comment