ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବଉଁଶୁଳି ଗାଁରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଚନ୍ଦ୍ରକାନ୍ତ ରାଉତ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବାଁଶୁଳି ଗାଁକୁ କିଛି ବଣୁଆ ହାତୀ ପଶି ଆସି ଉପଦ୍ରବ କରୁଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ ବାଁଶୁଳି ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ହାତୀ ଘୋଉଡାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ହାତୀ ଆଗରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିଥିଲା।
ଗୁରୁତର ଅବସ୍ଥାରେ ଫରେଷ୍ଟ ଗାର୍ଡଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଚନ୍ଦ୍ରକାନ୍ତଙ୍କୁ ପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
କିଛି ଦିନ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ତିନିରୁ ଚାରିଟି ହାତୀ ଗାଁ ଜଙ୍ଗଲ ନିକଟରେ ରହୁଛନ୍ତି। ଏନେଇ ଲୋକଙ୍କ ମନରେ ଭୟର ବାତରବରଣ ସୃଷ୍ଟି ହୋଇଛି।
The post ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/nuGm3HR
No comments:
Post a Comment