ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।
ଆଇଓସିଏଲର ତଥ୍ୟ ଅନୁସାରେ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । କୋଳକତାରେ ଆଜି ପେଟ୍ରୋଲ ଦାମ ଲିଟର ପ୍ରତି ୧୦୫.୪୭ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୯୦.୫୯ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ଦାମ୍ ୧୦୨.୧୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୯ ଟଙ୍କାରେ ପହଞ୍ଚିଛି।
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୩୦ ଡଲାର ପାର୍ କରି ଯାଇଥିଲା। କିନ୍ତୁ ଉକ୍ତ ସମୟରେ ଆମ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ତେଲ ରେଟ୍ ଅପରିବତ୍ତିଆତ ରହିଥିଲା। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ Brent Oil ଦର ଖସି ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଥିବା ବେଳେ ଦେଶରେ ବଢ଼ିଛି ଦାମ୍ ।
The post ମହଙ୍ଗା ଛାଟ; ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦାମ୍ appeared first on Odisha Reporter.
from Odisha Reporter https://ift.tt/iV9sP40
No comments:
Post a Comment