ଆଜିଠୁ ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟ, ବିରାଟଙ୍କ ଉପରେ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 11, 2022

ଆଜିଠୁ ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟ, ବିରାଟଙ୍କ ଉପରେ ନଜର

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ମାତ୍ର ୩ ଦିନ ମଧ୍ୟରେ ଜିତି ନେଇଥିବା ଟିମ୍‌ ଇଣ୍ଡିଆ ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ। ଆଜିଠାରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିବାରାତ୍ର ବା ପିଙ୍କ ବଲ ଟେଷ୍ଟ। ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ଏହି ମ୍ୟାଚ ପାଇଁ ଘରୋଇ ଦଳ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି। ମ୍ୟାଚ ଜିତି ୨-୦ରେ ଟେଷ୍ଟ ସିରିଜ୍‌କୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ।

ବେଙ୍ଗାଲୁରୁରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ସେ ଦୀର୍ଘ ବର୍ଷ ହେଲାଣି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାନ୍ତି। ବେଙ୍ଗାଲୁରୁ ତାଙ୍କର ଘରୋଇ ପିଚ୍‌ ହୋଇଥିବାରୁ ଏଠାରେ ତାଙ୍କ ବ୍ୟାଟରୁ କ୍ରିକେଟ ପ୍ରେମୀ ଶତକ ଆଶା କରିଛନ୍ତି। ସେହପରି ପିଙ୍କ ବଲ୍‌ ଟେଷ୍ଟ ପାଇଁ ବିସିସିଆଇ ୧୦୦% ଦର୍ଶକଙ୍କୁ ଅନୁମତି ଦେଇଛି। ଏହାର ଅର୍ଥ ଚିନାସ୍ୱାମୀ ଷ୍ଟାଡିୟମ ଫୁଲ କ୍ଷମତାର ଦର୍ଶକଙ୍କୁ ନେଇ ଭାରତ ଓ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ର ହୋଷ୍ଟ କରିବ।

ବିରାଟଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କାରଣ ସେ ଆଜି ନିଜର ୪୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ। ସେ ୯ମ ଭାରତୀୟ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହେବାକୁ ଯାଉଛନ୍ତି। ବିଜୟରୁ ନିଜ ଟେଷ୍ଟ ଅଧିନାୟକତ୍ୱର ଅଭିଯାନ ଆରମ୍ଭ କରିଥିବା ରୋହିତ ଏହି ମ୍ୟାଚ୍‌କୁ ମଧ୍ୟ ଜିତି ଅଧିକ ସ୍ମରଣୀୟ କରିବାକୁ ଚାହିଁବେ।

ରୋହିତ ଏ ପର୍ଯ୍ୟନ୍ତ ୪୪ ଟେଷ୍ଟ୍‌, ୨୩୦ ଦିନିକିଆ ଓ ୧୨୫ ଟ୍ୱେଣ୍ଟି-୨୦ ସହ ମୋଟ ୩୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ପୂର୍ବରୁ ୪୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୬୬୪), ମହେନ୍ଦ୍ର ସିଂହ ଧୋନି (୫୩୮), ରାହୁଲ ଦ୍ରାବିଡ (୫୦୯), ବିରାଟ କୋହଲି (୪୫୭), ମହମ୍ମଦ ଆଝାରୁଦ୍ଦିନ (୪୩୩), ସୌରଭ ଗାଙ୍ଗୁଲି (୪୨୪), ଅନୀଲ କୁମ୍ବଲେ (୪୦୩) ଓ ଯୁବରାଜ ସିଂହ (୪୦୨) ରହିଛନ୍ତି।


ଭାରତ ଶେଷ ଥର ପାଇଁ ୨୦୨୧ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ପିଙ୍କ ବଲ୍ ଟେଷ୍ଟ୍ ଖେଳିଥିଲା। ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଥିଲା। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ଦଳ ତିନି ଦିନ ଭିତରେ ଜିତି ନେଇଥିଲା। ତେଣୁ ପିଙ୍କ ବଲ ଟେଷ୍ଟ କେତେ ଦିନ ଭିତରେ ସରୁଛି, ତା’ ଉପରେ ସମସ୍ତଙ୍କ ନଜର।

ଭାରତ ଏଯାଏ ୩ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଛି। ଏହା ମଧ୍ୟରୁ ୨ଟିରେ ଜିତିଥିବା ବେଳେ ଗୋଟିଏରେ ହାରିଛି। ଘରୋଇ ପଡ଼ିଆରେ ଟିମ୍‌ ଇଣ୍ଡିଆ ୨୦୧୯ରେ ପ୍ରଥମଥର ପାଇଁ ବାଂଲାଦେଶ ବିପକ୍ଷରେ ପିଙ୍କ ବଲ ଟେଷ୍ଟ ଖେଳିଥିଲା। ଏହି ମ୍ୟାଚ୍‌ଟି ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହାକୁ ଅତି ସହଜରେ ଭାରତ ଜିତି ନେଇଥିଲା।

ହେଲେ ୨୦୨୦ରେ ଆଡିଲେଡରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ ବଲ ଟେଷ୍ଟରେ ଭାରତ ମାତ୍ର ୩୬ ରନ୍‌ରେ ଅଲଆଉଟ ହୋଇଥିଲା। ଫଳରେ ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଭାରତ ଭଳି ଶ୍ରୀଲଙ୍କା ମଧ୍ୟ ଏଯାଏ ୩ଟି ପିଙ୍କ ବଲ ଟେଷ୍ଟରୁ ୨ଟିରେ ଜିତିଛି। ତେଣୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।


ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ବାମହାତୀ ସ୍ପିନର ଅକ୍ଷର ପଟେଲ ସାମିଲ ହୋଇଛନ୍ତି। ସେ ଜୟନ୍ତ ଯାଦବଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ଏପରି ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଯିବ।

ଅକ୍ଷର ପଟେଲ ଇଂଲଣ୍ଡ ବିପକ୍ଷ ପିଙ୍କ ବଲ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ମାତ୍ର ୭୦ ରନ୍‌ ଖର୍ଚ୍ଚ କରି ୧୧ଟି ୱିକେଟ ନେଇଥିଲେ। ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ବି ମିଳିଥିଲା। ଅକ୍ଷରେ ଏଯାଏ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୩୬ଟି ୱିକେଟ ନେଇଛନ୍ତି।

ଅକ୍ଷରଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଫର୍ମରେ ରହିଛନ୍ତି। ଉଭୟ ବାମହାତୀ ସ୍ପିନରଙ୍କ ସହ ଅଭିଜ୍ଞ ରବି ଅଶ୍ୱିନ ମଧ୍ୟ ଭଲ ଲୟରେ ଥିବା ପ୍ରଥମ ଟେଷ୍ଟରୁ ସଙ୍କେତ ଦେଇଛନ୍ତି। ତେଣୁ ଏହି ୩ଟିକିଆ ସ୍ପିନ କମ୍ବିନେସନକୁ ନେଇ ଦଳ ମୈଦନାକୁ ଓହ୍ଲାଇ ପାରେ।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆହତ ସମସ୍ୟା ଦେଇ ଗତି କରିଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ପଥୁମ ନିଶାଙ୍କା ଆହତ ହୋଇଛନ୍ତି। ସେ ଏକମାତ୍ର ବ୍ୟାଟର ଭାବେ ଭାରତ ବିପକ୍ଷ ପ୍ରଥମ ଇନିଂସରେ ୬୧ ରନ୍‌ କରିଥିଲେ।

ହେଲେ ବ୍ୟାକ ଇଞ୍ଜରୀ ଯୋଗୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ସେହିପରି ଲାହିରୁ କୁମାରା ମଧ୍ୟ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ। ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ବି ଦୁଷ୍ମନ୍ତ ଚାମିରାଙ୍କ ସେବା ସିଂହଳ ଟିମ ପାଇବ ନାହିଁ। ତେବେ କୁଶଲ ମେଣ୍ଡିସ ଫିଟ ହେବା ଦଳକୁ ସାମନ୍ୟ ଆଶ୍ୱସ୍ତ କରିଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁରଙ୍ଗା ଲକମଲଙ୍କ ଏହା ହେଉଛି ଶେଷ ଟେଷ୍ଟ। ଏହାପରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବେ। ତେଣୁ ଏହାକୁ ଅଧିକ ସ୍ମରଣୀୟ କରିବାକୁ ଭ୍ରମଣକାରୀ ଶ୍ରୀଲଙ୍କା ଟିମ ଲକ୍ଷ୍ୟ ରଖିଛି।

The post ଆଜିଠୁ ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟ, ବିରାଟଙ୍କ ଉପରେ ନଜର appeared first on Odisha Reporter.



from Odisha Reporter https://ift.tt/RnLwito

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages