ଶର୍ମିଷ୍ଠା, ନିରଞ୍ଜନଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ସାମ୍ନାକୁ ଆସିବ ମିଛ ଅଣ୍ଡରଟେକିଂର ସତ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 30, 2022

ଶର୍ମିଷ୍ଠା, ନିରଞ୍ଜନଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ସାମ୍ନାକୁ ଆସିବ ମିଛ ଅଣ୍ଡରଟେକିଂର ସତ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ।  ୪ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ। ସମ୍ପୂର୍ଣ୍ଣ ନ୍ୟୁଜ ପୋର୍ଟାଲର ମାଲିକାଣି ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା  ରାଉତଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି ତଦନ୍ତକାରୀ ସଂସ୍ଥା। ଏହାସହ ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ବି ମାମଲା ସମ୍ପର୍କିତ ଏକାଧିକ ପ୍ରଶ୍ନ କରି ହତ୍ୟା ପଛର ପ୍ରକୃତ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍।

ଏପଟେ ମାମଲାରୁ ଖସିବାକୁ ସୁଚିନ୍ତିତ ଖସ଼ଡା ବନେଇଥିଲେ ଦୁଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀ।  ଏମିତିକି ମାନସଙ୍କ ନାଁରେ ଏକ ମିଛ ଅଣ୍ଡରଟେକିଂ ବି ଶର୍ମିଷ୍ଠା ଓ ନିରଞ୍ଜନ ନିର୍ଦ୍ଦେଶରେ ଲେଖାଇଥିଲା ସହଯୋଗୀ ଝୁନା। ଯାହାର ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି କ୍ରାଇମବ୍ରାଞ୍ଚ।  ଏହାସହ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବାକୁ ଅଭିଯୁକ୍ତଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ଶର୍ମିଷ୍ଠାର ଫେରାର୍ ବେଳର ରୁଟ୍ ଚାର୍ଟ ବି ବତାଇଥିବା ଜଣାପଡିଛି। ଏସବୁକୁ ନେଇ ବି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା।

The post ଶର୍ମିଷ୍ଠା, ନିରଞ୍ଜନଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ସାମ୍ନାକୁ ଆସିବ ମିଛ ଅଣ୍ଡରଟେକିଂର ସତ କାହାଣୀ appeared first on Odisha Reporter.



from Odisha Reporter https://ift.tt/KJH7sg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages