ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ପ୍ରତି ବଢ଼ିଲା ବିପଦ, ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 30, 2022

ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ପ୍ରତି ବଢ଼ିଲା ବିପଦ, ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ରହିଛି ବିପଦ। ତାଙ୍କୁ ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର। ଇମ୍ରାନ୍‌ଙ୍କ ଦଳ ତେହେରିକ-ଇ-ଇନ୍‌ସାଫ(ପିଟିଆଇ)ର ଜଣେ ସଦସ୍ୟ ଏହା କହିଛନ୍ତି। ପିଟିଆଇ ନେତା ଫାଇଜଲ ଭାୱଦା  ପାକିସ୍ତାନର ଗଣମାଧ୍ୟମ ଏଆରୱାଇ ନ୍ୟୁଜ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ସେ କହିଛନ୍ତି ଇମ୍ରାନଙ୍କୁ ସମସ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ବେଳେ  ତାଙ୍କୁ ବୁଲେଟ୍‌ ପ୍ରୁଫ୍‌ ସିଲଡ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।  କିନ୍ତୁ ପ୍ରଧାନମନ୍ତ୍ରୀ ବିପଦକୁ ଖାତିର କରିନାହାନ୍ତି। ସେ କହିଛନ୍ତି ଯେ,  ସବର୍ବଶକ୍ତିମାନ ଆହ୍ଲା ଯେବେ ଚାହିଁବେ ସେ ଏ ଦୁନିଆ ଛାଡ଼ିଦେବେ।  ପ୍ରଧାନମନ୍ତ୍ରୀ  ଇମ୍ରାନ୍‌ ଖାନ୍‌  ପାକିସ୍ତାନର ବୈଦେଶିକ ନୀତିକୁ ନେଇ ସ୍ପଷ୍ଟ ଅଛନ୍ତି।

କୌଣସି ଦେଶର ଯୁଦ୍ଧରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ଇମ୍ରାନଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି।  ଆମର ପଡ଼ୋଶୀ ଦେଶ ଗୁଡ଼ିକ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଏୟାବେସକୁ କାହାକୁ ଦିଆଯିବ ନାହିଁ ବୋଲି ସେ କହିଥିବା ଫାଇଜଲ ଭାୱଦା  ସୂଚନା ଦେଇଛନ୍ତି। ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଆଗତ ହେବା ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଫାଇଜଲ କହିଛନ୍ତି।  ଗତକାଲି   ଇମ୍ରାନ ଖାନଙ୍କ ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ।

ଅନାସ୍ଥା ପୂର୍ବରୁ ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମପି ଏବଂ ପରେ ପରେ ଇମ୍ରାନଙ୍କ ଦଳ ପିଟିଆଇକୁ ସମର୍ଥନ କରୁଥିବା ବାଲୋଚିସ୍ତାନ ଆଓ୍ୱାମୀ ପାର୍ଟି ମଧ୍ୟ ଇମ୍ରାନଙ୍କ  ହାତ ଛାଡ଼ି ଦେଇଛି । ଫଳରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି । ଇମ୍ରାନଙ୍କୁ ପଦରୁ ହଟାଇ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ପାଗ ଭିଡ଼ୁଥିବା ବିରୋଧୀ ଦଳ ନେତା ଶେହବାଜ ସରିଫ୍ ଗତକାଲି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତେଣୁ ଯେକୌଣସି ମୂହୁର୍ତ୍ତରେ ସେ ଇସ୍ତଫା ଦେଇପାରନ୍ତି  ବୋଲି ସୂଚନା ମିଳୁଥିଲା।  ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରି ନିଜ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା।  ହେଲେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ବାଜଓ୍ୱା ଓ ଆଇଏସଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା  ଏହାପରେ ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

The post ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ପ୍ରତି ବଢ଼ିଲା ବିପଦ, ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର ! appeared first on Odisha Reporter.



from Odisha Reporter https://ift.tt/wPYfL8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages