ଜାଣନ୍ତୁ, କେଉଁ ହୋଟେଲରେ ହେବ ଟିନା ଡାବିଙ୍କ ଗ୍ରାଣ୍ଡ ରିସେପସନ୍‌, ଦିନକୁ କେତେ ରହିଛି ଚାର୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 31, 2022

ଜାଣନ୍ତୁ, କେଉଁ ହୋଟେଲରେ ହେବ ଟିନା ଡାବିଙ୍କ ଗ୍ରାଣ୍ଡ ରିସେପସନ୍‌, ଦିନକୁ କେତେ ରହିଛି ଚାର୍ଜ

ନୂଆଦିଲ୍ଲୀ: ପୁଣି ଥରେ କନିଆ ସାଜିବେ ଆଇଏଏସ ଟପ୍ପର ଟିନା ଡାବି। ବସାଇବେ ଘରସଂସାର। ୨୦୧୩ ବ୍ୟାଚ୍‌ର ଆଇଏସ୍‌ ପ୍ରଦୀପ ଗାୱାଣ୍ଡେଙ୍କ ଦୁଲହନ ସାଜିବେ ଟିନା । ଉଭୟଙ୍କ ଏନଗେଜମେଣ୍ଟ ଫଟୋ ଏବେ ସୋଶାଲ ମିଡିଅରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ୱେଡିଂ ଡେଷ୍ଟିନେସନ ଉପରେ ସମସ୍ତଙ୍କ ଆଖି। ଜୟପୁରର ଏକ ଲକଜୁରୀ ହୋଟେଲରେ ଏପ୍ରିଲ ୨୦ ତାରିଖରେ  ପତିପତ୍ନୀ ସାଜିବେ ଟିନା ଓ ପ୍ରଦୀପ । ପଡ଼ିବ ହାତଗଣ୍ଠି। ଏହାପରେ ୨୨ ତାରିଖରେ ଅତିଥିଙ୍କ ପାଇଁ ରହିଛି ଗ୍ରାଣ୍ଡ ରିସେପସନ୍‌।

ଏହି ଚର୍ଚ୍ଚିତ ଆଇଏଏସ୍‌ ଯୋଡ଼ିଙ୍କ ୱେଡିଂ କାର୍ଡ ସାମନାକୁ ଆସିଥିବା ବେଳେ ଜୟପୁରର ତାରକା ହୋଟେଲ ‘ହୋଟେଲ ହଲିଡେ ଇନ୍‌’ରେ ଉଭୟଙ୍କ ବିବାହ ସମ୍ପନ୍ନ ହେବ ବୋଲି ଜଣାଯାଇଛି।  ଏବେ ଏହି ହୋଟେଲକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏହି ହୋଟେଲ  କେଉଁଠି,ଏଠାରେ କ’ଣ ସୁବିଧା ମିଳୁଛି,  ଭଡ଼ା କେତେ ଜାଣିବାକୁ ସୋଶାଲ ମିଡିଆ ୟୁଜର୍ସ ଜୋରସୋରରେ ସର୍ଚ୍ଚ କରିବା ଆରମ୍ଭ କରିଦେଇଛନ୍ତି।

ହୋଟେଲ ହଲିଡେ ଇନ୍‌’ର

‘ହୋଟେଲ ହଲିଡେ ଇନ୍‌’ର ଅଫିସିଆଲ ୱେବସାଇଟ ମୁତାବକ, ଏହି ହୋଟେଲ ଜୟପୁର ରେଲୱେ ଷ୍ଟେଶନ, ବସ୍‌ ଷ୍ଟାଣ୍ଡ ଓ ଏୟାରପୋର୍ଟଠୁ ଅଳ୍ପ ଦୂରତାରେ ଅବସ୍ଥିତ ।  ଏହି ହୋଟେଲ ଚାରିପଟେ ସବୁଜିମା ଭରି ରହିଥିବା ବେଳେ  ଜୟପୁରର ଦର୍ଶନୀୟ ସ୍ଥଳୀ ହବା ମହଲ, ଜନ୍ତରମନ୍ତର, ଅମ୍ବର କିଲା, ନାହରଗଡ଼ କିଲା, ସିଟି ପ୍ୟାଲେସ, ଜଲ ମହଲ ଓ ଅଲବର୍ଟ ହଲ ପରି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ନିକଟରେ ଏହା ଅବସ୍ଥିତ ।

ଏହି ହୋଟେଲକୁ ଆସୁଥିବା ଲୋକଙ୍କୁ ଏଠାରେ ରାଜକୀୟ ସୁବିଧା ପ୍ରଦାନ କରାଯାଇଥାଏ। ଏଠାକୁ ଆସୁଥିବା ବ୍ୟକ୍ତିଙ୍କୁ ଫ୍ରି ଇଣ୍ଟରନେଟ, ଇନଡୋର ପୁଲ ସ୍ଲାଇଡ, ଆଉଟଡୋର ପୁଲ, କକଟେଲ ଲାଉଞ୍ଜ, ସ୍ପା, ଫିଟନେସ ସେଣ୍ଟର, ଲଗଜରୀ ବଫେ, ଯୋଗ ରୁମ୍‌ ଆଦି ସୁବିଧା ମିଳିଥାଏ।

‘ହୋଟେଲ ହଲିଡେ ଇନ୍‌’ର

୧୨ ବର୍ଷରୁ କମ୍‌ ବୟସର ପିଲା ଏଠାରେ ନିଜ ମାତାପିତାଙ୍କ ସହ ଫ୍ରିରେ ରହିପାରିବେ । ଏପରିକି ୧୨ ବର୍ଷରୁ କମ୍‌ ବୟସର ୪ ଛୁଆ ଏଠାରେ ମାଗଣାରେ ଖାଇପାରିବେ। ଏଥିନିମନ୍ତେ ପିତାମାତାଙ୍କୁ  ଅଧିକ ଦେୟ ଦେବାକୁ ପଡ଼ି ନ ଥାଏ।

ଏଠାରେ ରହିବାକୁ ଇଚ୍ଛୁକ ବ୍ୟକ୍ତି ଗେଷ୍ଟ ରୁମ୍‌ କିମ୍ବା ସୁଟ୍‌ ବୁକ କରିପାରିବେ। ସୁଟ୍‌ରେ ରହିବାକୁ ହେଲେ ରାତିକୁ ୧୧ ହଜାର ୬୪୦ ଟଙ୍କା, ସିଙ୍ଗଲ ବେଡ ରୁମ୍‌କୁ ରାତିକୁ ୬,୩୦୫ରୁ ୬,୭୯୦ ଟଙ୍କା, ଡବଲ ବେଡ ରୁମ୍‌କୁ ୬,୩୦୫ରୁ ୬,୭୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ରୁମ୍‌ର ବେସିକ ପ୍ରାଇସ୍‌ । ଏହାବାଦ ଡିନର, ବ୍ରେକଫାଷ୍ଟ, ଫ୍ୟାମିଲି ରୁମ ପାଇଁ ଅଧିକ ଚାର୍ଜ  ପଡ଼ିବ ବୋଲି ହୋଟେଲର ଅଫିସିଆଲ ୱେବସାଇଟରୁ ଜଣାଯାଇଛି।

ଭାବି ସ୍ୱାମୀଙ୍କ ସହ ଟିନା ।

୨୦୧୮ ଆଇଏଏସ୍‌ ଅଥର ଖାନ୍‌ଙ୍କୁ ଟିନା ଡାବି ବିବାହ କରିଥିବା ବେଳେ ୨୦୨୦ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଏହାପରେ ଟିନା ୨୦୧୩ ବ୍ୟାଚ୍‌ର ଆଇଏସ୍‌ ପ୍ରଦୀପ ଗାୱାଣ୍ଡେଙ୍କ ସହ ଘରସଂସାର ବସାଇବାକୁ ମନ ବଳାଇଛନ୍ତି। ଉଭୟଙ୍କ ନିର୍ବନ୍ଧ  ସରିଥିବା ବେଳେ ଟିନା ଓ ପ୍ରଦୀପ ଏହାକୁ ସୋଶାଲ ମିଡିଆରେ ଶେଆର କରିଛନ୍ତି।

The post ଜାଣନ୍ତୁ, କେଉଁ ହୋଟେଲରେ ହେବ ଟିନା ଡାବିଙ୍କ ଗ୍ରାଣ୍ଡ ରିସେପସନ୍‌, ଦିନକୁ କେତେ ରହିଛି ଚାର୍ଜ appeared first on Odisha Reporter.



from Odisha Reporter https://ift.tt/StdfHLD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages