ଇଂଜିନିୟରିଂରେ ନାଁ ଲେଖାଇବା ପୂର୍ବରୁ ଗଣିତ ବାଧ୍ୟତାମୂଳକ ନୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 31, 2022

ଇଂଜିନିୟରିଂରେ ନାଁ ଲେଖାଇବା ପୂର୍ବରୁ ଗଣିତ ବାଧ୍ୟତାମୂଳକ ନୁହଁ

ନୂଆଦିଲ୍ଲୀ:ଇଂଜିନିୟରି ପାଠ୍ୟକ୍ରମରେ ନାଁ ଲେଖାଇବା ପୂର୍ବରୁ ଗଣିତ ରଖିବା ବାଧ୍ୟତାମୂଳକ ନୁହଁ। ଏକ ତୃତୀୟାଂଶ ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇ ପକ୍ଷରୁ ଘୋଷଣା କରାଯାଇଛି । ଏଆଇସିଟିଇ ଗାଇଡ଼ଲାଇନ ଅନୁସାରେ ୨୦୨୦ ମସିହା ଯାଏ ଇଂଜିନିୟରିଂ ଡିଗ୍ରୀ କୋର୍ସରେ ଆଡ଼ମିଶନ ଲାଗି ଯୁକ୍ତ-୨ ସ୍ତରରେ ଫିଜିକ୍ସ ଓ ଗଣିତ ବାଧ୍ୟତାମୂଳକ ବିଷୟ ଥିଲା ।

ଗତବର୍ଷ ପାଇଁ ଏଆଇସିଟିଇ ଯେଉଁ ଗାଇଡ଼ଲାଇନ ଆଣିଥିଲା, ସେଥିରେ ବାଧ୍ୟତାମୂଳକ ଶବ୍ଦକୁ ଉଠାଇଦେଇ ଯେକୌଣସି ବିଷୟରେ ଯୁକ୍ତ-୨ କରିଥିଲେ, ଇଂଜିନିୟରିଂ କରିହେବ ବୋଲି କୁହାଯାଇଥିଲା।   ଯେହେତୁ ଗାଇଡ଼ଲାଇନରେ ସ୍ପଷ୍ଟତା ନଥିଲା, ଓଡ଼ିଶାରେ ତାହାକୁ ଲାଗୁ କରାଯାଇନଥିଲା ।  କିନ୍ତୁ ଚଳିତବର୍ଷ ଗାଇଡ଼ଲାଇନରେ ଏଆଇସିଟିଇ କେଉଁ ଇଂଜିନିୟରିଂ କୋର୍ସ ଲାଗି କେଉଁ ବିଷୟ ବାଧ୍ୟତାମୂଳକ ବା ଅପସନାଲ ତାହା ସ୍ପଷ୍ଟ ଭାବେ ଦର୍ଶାଇଛି।

କେତେକ ଇଂଜିନିୟରିଂ କୋର୍ସ ଲାଗି ଗଣିତ ଆଉ କେତେକ କୋର୍ସ ପାଇଁ କେମିଷ୍ଟ୍ରିକୁ ଯୁକ୍ତ-୨ ସ୍ତରରେ ବାଧ୍ୟତାମୂଳକ ବିଷୟରୁ ବାଦ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ।   ସରକାର ଅନୁମୋଦନ କଲେ, ଚଳିତବର୍ଷରୁ ହିଁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ।  ଗତବର୍ଷ ଏଆଇସିଟିଇ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍‌ରେ ଯୁକ୍ତ ଦୁଇରେ ଗଣିତ ବାଧ୍ୟତାମୂଳକ ହୋଇନଥିଲା।  କିନ୍ତୁ ଦଶମସ୍ତରରେ ଗଣିତ ବିଷୟ ରହିବା ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି ।

The post ଇଂଜିନିୟରିଂରେ ନାଁ ଲେଖାଇବା ପୂର୍ବରୁ ଗଣିତ ବାଧ୍ୟତାମୂଳକ ନୁହଁ appeared first on Odisha Reporter.



from Odisha Reporter https://ift.tt/XdhkayV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages