ଫିଟିବ କି ଯୁଦ୍ଧ ବନ୍ଦ ପାଇଁ ରାସ୍ତା! ପୁଟିନ ରଖିଲେ ୩ଟି ସର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 4, 2022

ଫିଟିବ କି ଯୁଦ୍ଧ ବନ୍ଦ ପାଇଁ ରାସ୍ତା! ପୁଟିନ ରଖିଲେ ୩ଟି ସର୍ତ୍ତ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଛି। ସମୟ ବିତିବା ସହ ଯୁଦ୍ଧର ତୀବ୍ରତା ମଧ୍ୟ ବଢ଼ୁଛି। ହେଲେ ୟୁକ୍ରେନ ବିରୋଧରେ ରୁଷକୁ ଏଯାଏ କୌଣସି ବଡ଼ ସଫଳତା ମିଳିନାହିଁ। ଏହାକୁ ଦୃଷ୍ଟିରେ ରଖି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ବୟାନ ଦେଇଛନ୍ତି।

ସେ ଏବେ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି। ହେଲେ ଆଲୋଚନା ପୂର୍ବରୁ ସେ ୩ଟି ସର୍ତ୍ତ ଉପସ୍ଥାପନ କରିଛନ୍ତି। ଯଦି ଏହି ସର୍ତ୍ତଗୁଡ଼ିକ ପୂରଣ ହେବ, ତା’ହେଲେ ସେ ୟୁକ୍ରେନ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିବେ ବୋଲି କହିଛନ୍ତି। ଏହାବାଦ ୟୁକ୍ରେନର ବଡ଼ବଡ଼ ସହର ଓ ଜନବସତି ଉପରେ ରୁଷ ସେନା ଏୟାର ଷ୍ଟ୍ରାଇକ କରି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି।

କ୍ରେମଲିନ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜର୍ମାନୀ ଚ୍ୟାନସେଲର ଓଲାଫ ସ୍କ୍ଲୋଜଙ୍କ ସହ ରାଷ୍ଟ୍ରପତି ପୁଟିନ କଥା ହୋଇଛନ୍ତି। ଏହି ସମୟରେ କିଭ୍‌ ଓ ୟୁକ୍ରେନର ଅନ୍ୟ ବଡ଼ ସହର ଉପରେ ରୁଷ ଚଳାଇଥିବା ବୋମା ମାଡ଼ ଅଭିଯୋଗରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି।

ବୋମା ମାଡ଼ ସଂକ୍ରାନ୍ତ ଖବର ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ। ରୁଷ କେବେ ହେଲେ ସାଧାରଣ ଲୋକଙ୍କ ଘର, ହସ୍ପିଟାଲ ଓ ସ୍କୁଲ ଉପରେ ବୋମା ମାଡ଼ କରିନାହିଁ। କିଛି ଗଣମାଧ୍ୟମ ରୁଷ ବିରୋଧରେ ଅପପ୍ରଚାର କରୁଛନ୍ତି।

ସେହିପରି ଯଦି ରୁଷର ଦାବି ପୂରଣ ହେବ, ତା’ହେଲେ ୟୁକ୍ରେନ ସହ ଆଲୋଚନା ଆରମ୍ଭ ହୋଇପାରିବ। ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ ରୁଷ ରାଜି ଥିବା ପୁଟିନ ବିବୃତି ଜରିଆରେ ନିଶ୍ଚିତ କରିଛନ୍ତି। କେବଳ ୟୁକ୍ରେନ ନୁହେଁ, ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ସବୁ ପକ୍ଷଙ୍କ ସହ ମଧ୍ୟ ରୁଷ କଥା ହେବାକୁ ରାଜି ଅଛି। ତେବେ ରୁଷର ସବୁ ଦାବି ପୂରଣ ହେବା ପରେ ଯାଇ ହିଁ ଆଲୋଚନା ସମ୍ଭବ ବୋଲି ପୁଟିନ ସର୍ତ୍ତ ରଖିଥିବା କ୍ରେମଲିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ୟୁକ୍ରେନ ସବୁବେଳେ ଗୋଟିଏ ନିରପେକ୍ଷ ଓ ଅଣ ଆଣବିକ ରାଷ୍ଟ୍ର ଭାବେ ରହିବ। ଏହା ଉପରେ କୌଣସି ପଶ୍ଚିମ ରାଷ୍ଟ୍ରର ହୁକୁମାତି ରହିବ ନାହିଁ। ସେହିପରି କ୍ରିମେଆକୁ ରୁଷ ଅଂଶ ଭାବେ ସ୍ୱୀକୃତି ଓ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳରେ ସାର୍ବଭୌମତ୍ୱ ରକ୍ଷା କରିବା ଭଳି ୩ଟି ସର୍ତ୍ତ ପୁଟିନ ଆଲୋଚନା ପାଇଁ ରଖିଛନ୍ତି।

କ୍ରମେଲିନ ବିବୃତିରେ କହିଛି ଯେ “ତୃତୀୟ ରାଉଣ୍ଡ ଆଲୋଚନାରେ ସୁଫଳ ମିଳିବ ବୋଲି ଆଶା କରାଯାଉଛି। ୟୁକ୍ରେନର ପ୍ରତିନିଧିମାନେ ବୈଠକରେ ତର୍କଯୁକ୍ତ ଓ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିବେ ବୋଲି ଆମେ ଭାବୁଛୁ।”

ସୂଚନାଯୋଗ୍ୟ, ଶାନ୍ତି ପ୍ରତିଷ୍ଠା ପାଇଁ ରୁଷ ଓ ୟୁକ୍ରେନ ପ୍ରତିନିଧିମାନେ ୨ ଥର ବୈଠକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଜି କିମ୍ବା ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ବୈଠକ ହେବ। ଏହାପୂର୍ବରୁ ହିଁ ରାଷ୍ଟ୍ରପତି ପୁଟିନଙ୍କ ଏପରି ବୟାନ ସାମ୍ନାକୁ ଆସିଛି।

The post ଫିଟିବ କି ଯୁଦ୍ଧ ବନ୍ଦ ପାଇଁ ରାସ୍ତା! ପୁଟିନ ରଖିଲେ ୩ଟି ସର୍ତ୍ତ appeared first on Odisha Reporter.



from Odisha Reporter https://ift.tt/KCbXAgO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages