ଗୁରୁଦ୍ୱାରରେ ମାଥା ଟେକିଲେ ଭଗବନ୍ତ ମାନ, ଘର ଆଗରେ ବଢ଼ିଲା ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 9, 2022

ଗୁରୁଦ୍ୱାରରେ ମାଥା ଟେକିଲେ ଭଗବନ୍ତ ମାନ, ଘର ଆଗରେ ବଢ଼ିଲା ସୁରକ୍ଷା

ଚଣ୍ଡିଗଡ଼: ୫ ରାଜ୍ୟରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, କାହାର ଗାଦିରେ ବସିବା ଆଶା ମଉଳିଯିବା ତାହାର ଫଇସଲା ଆଜି ହିଁ ଜଣାପଡ଼ିବ ।

ପଞ୍ଜାବ ବିଧାନସଭା ନିର୍ବାଚନରେ ଏଥର ଆଗରେ ରହିଛି ଆପ୍‌। ଏପରିକି କଂଗ୍ରେସ, ବିଜେପିକୁ ପଛରେ ପକାଇ ଆପ୍‌ ସରକାର ଗଢ଼ିବ ବୋଲି ବହୁ ଏକଜିଟ୍‌ ପୋଲ୍‌ ସର୍ଭେ  ରିପୋର୍ଟରୁ ଜଣାପଡ଼ିଛି।

ଭୋଟ ଗଣତି ପୂର୍ବରୁ  ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ଆଜି ସଙ୍ଗରୁରସ୍ଥିତ  ଗୁରୁଦ୍ୱାର ଯାଇ ସେଠାରେ ମାଥା ଟେକିଛନ୍ତି। ଏଥିସହ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରିବାକୁ ଯାଇ ସେ  ପଞ୍ଜାବର ଜନତା ଏଥର କିଛି ପରିବର୍ତ୍ତନ ପାଇଁ ଭୋଟ ଦେଇଥିବା ଆଶା କରୁଛି ବୋଲି କହିଛନ୍ତି ।  ଭଗବନ୍ତ ମାନଙ୍କ ଜିତିବା ସମ୍ଭାବନା ଅଧିକ ଥିବାରୁ ତାଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏପରିକି ଭଗବନ୍ତଙ୍କ ଜିତିବା ଆଶାରେ ତାଙ୍କ ଘରେ ଜିଲାପି ସମେତ ବିଭିନ୍ନ ମିଠା ପ୍ରସ୍ତୁତ କରାଯାଉଥିବା ବେଳେ ଘରକୁ ଫୁଲରେ ସଜା ଯାଇଥିବା ଦେଖିବାକୁ ମିଳିଛି।

ଏହାବାଦ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି  ମଧ୍ୟ ଜିତିବା ଆଶାରେ ରୋପଡସ୍ଥିତ ଗୁରୁଦ୍ୱାର ଯାଇ ମାଥା ଟେକିଛନ୍ତି। ଏଥର ଚନ୍ନି ୨ଟି ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି।

 

The post ଗୁରୁଦ୍ୱାରରେ ମାଥା ଟେକିଲେ ଭଗବନ୍ତ ମାନ, ଘର ଆଗରେ ବଢ଼ିଲା ସୁରକ୍ଷା appeared first on Odisha Reporter.



from Odisha Reporter https://ift.tt/0kS1evN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages