କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଶିଖରପୁର ଟ୍ରାଫିକ ଛକରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ନିଆଁ ଲାଗି ଜଳିଯାଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ପିକ୍ଅପ୍ ଗାଡ଼ିଟି ମଧ୍ୟ ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କଣ୍ଟେନର ଡ୍ରାଇଭର ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଲିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଲ ବୋଝେଇ କଣ୍ଟେନରଟି ଓଏମପିରୁ ଜଗତପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଶିଖରପୁର ଟ୍ରାଫିକ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ନିଆଁ ଲାଗି ଯାଇଥିଲା। ତେବେ କିଛି ସମୟ ପାଇଁ ରାସ୍ତାରେ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
The post ଡିଭାଇଡରରେ ପିଟି ହୋଇ ଜଳିଗଲା କଣ୍ଟେନର appeared first on Odisha Reporter.
from Odisha Reporter https://ift.tt/3BAbSrR
No comments:
Post a Comment