ପୁଲିସ ବାବୁ ସାଜିଥିଲେ ଗଞ୍ଜେଇ ମାଫିଆ, ଖାକି ଆଳରେ ଚଳାଇଥିଲେ ଗ୍ୟାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 12, 2022

ପୁଲିସ ବାବୁ ସାଜିଥିଲେ ଗଞ୍ଜେଇ ମାଫିଆ, ଖାକି ଆଳରେ ଚଳାଇଥିଲେ ଗ୍ୟାଙ୍ଗ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଲିସ୍‌ ବାବୁ କରୁଥିଲେ ଗଞ୍ଜେଇ ବେପାର । ଖାକି ପୋଷାକ ପିନ୍ଧି ସାଜିଥିଲେ ଗଞ୍ଜେଇ ମାଫିଆ। ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଏହା ମାଷ୍ଟର ମାଇଣ୍ଡ ଥିଲେ ଖୋଦ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ।  ଦୀର୍ଘ ଦିନ ତାଙ୍କ ଉପରେ ନଜର ରଖିବା ପରେ ଶେଷରେ ଏଏସଆଇ ଖରାଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।  ତାଙ୍କ ବ୍ୟତୀତ ଆଉ ୩ ଜଣଙ୍କ ପୁଲିସ୍‌ ବାନ୍ଧିଥିବା ବେଳେ ୪୨୦ କେଜି ଗଞ୍ଜେଇ ବି ଜବତ କରିଛି।

ଜଣେ ପୁଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ମାତିଥିବା ଖବର ପାଇଥିଲା ମାଲକାନଗିରି ଜିଲ୍ଲା ପୁଲିସ । ଏହାପରେ ୨ ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଏହି ଗଂଜେଇ ମାଫିଆମାନଙ୍କୁ ଧରିବା ନେଇ ଲାଗି ଏକ ସ୍କ୍ୱାର୍ଡ ଗଠନ କରାଯାଇ ତାଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଥିଲା।

ଏଏସଆଇ ଖରାଙ୍କ ତିନି ସହଯୋଗୀ  ମାଲକାନଗିରି ଜିଲ୍ଲାର ଗୋଟିଏ ସ୍ଥାନରେ ଗଂଜେଇ ଲୁଚାଇ ରଖିଥିବା ଖବର ପାଇଥିଲା ପୁଲିସ୍‌। ଏଏସ୍‌ଆଇଜଣକ  ଏହାକୁ ଛତିଶଗଡ ରାସ୍ତା ଦେଇ  ଚାଲାଣ କରିବା ପାଇଁ ଗାଡି ଖୋଜୁଥିବା ଜଣାପଡ଼ିଥିଲା। ଏଏସ୍‌ଆଇ ଖରା ଓ ତାଙ୍କ ଗ୍ୟାଙ୍ଗକୁ ଧରିବାକୁ ପୁଲିସ୍‌ ଜାଲ ବିଛାଇଥିବା ବେଳେ ଶେଷରେ ଜାଲରେ ଧରାପଡ଼ିଥିଲେ ଏଏସ୍‌ଆଇଙ୍କ ସମେତ ୪ ଜଣ। ଧରାପଡ଼ିବା  ସବୁ ସତ ପୁଲିସ୍‌ ଆଗରେ ଉଗାରିଥିଲେ ଖରା।

  ତାଙ୍କ ସୂଚନା ଆଧାରରେ ପୁଲିସ୍‌ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ୪୨୦ କେଜି ଗଞ୍ଜେଇ ସହ ୧୦ ହଜାର ଟଙ୍କା ନଗଦ, ଗୋଟିଏ ଲ୍ୟାପଟପ, ଗୋଟିଏ କାର୍‌ , ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।

ତେବେ ଏହି ଗ୍ୟାଙ୍ଗ କେବେଠୁ କାର୍ଯ୍ୟକାରୀ ହୋଇଥିଲା।, ଏଥିରୁ ଆୟ କେତେ ହେଉଥିଲା, ଏଥିରେ ଆଉ କିଏ ସମ୍ପୃକ୍ତ ଥିଲେ ତାହାର ଖୋଳତାଡ଼ କରୁଛି ପୁଲିସ୍।

The post ପୁଲିସ ବାବୁ ସାଜିଥିଲେ ଗଞ୍ଜେଇ ମାଫିଆ, ଖାକି ଆଳରେ ଚଳାଇଥିଲେ ଗ୍ୟାଙ୍ଗ appeared first on Odisha Reporter.



from Odisha Reporter https://ift.tt/bTsQWzg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages