ନୂଆଦିଲ୍ଲୀ: ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ୫ ରାଜ୍ୟରେ ଦଳର ପରାଜୟ ଓ ବିଶେଷ ଭାବେ ପଞ୍ଜାବରେ କ୍ଷମତା ହରାଇବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବା ସହ ଆଲୋଚନା ହେବ।
ମିଳିଥିବା ସୂଚନା ଅନୁସାରେ, ବୈଠକରେ ଦଳୀୟ ପଦରୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ପଦ ଛାଡ଼ି ପାରନ୍ତି।ଯଦି, ସୋନିଆ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତି ତେବେ ଦଳର ଆଭିମୁଖ୍ୟ କଣ ରହିବ ? କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ମିଳିବ କି ? ଏସବୁକୁ ନେଇ ଚର୍ଚ୍ଚା ଲାଗି ରହିଛି।
କଂଗ୍ରେସର ପରାଜୟ ପରେ କେରଳର ସାଂସଦ ଶଶି ଥରୁରଙ୍କ ସମେତ ଅନେକ ନେତା ଶୀର୍ଷ ସ୍ତରରେ ପରିବର୍ତ୍ତନ ଦାବି କରିସାରିଛନ୍ତି। ତେବେ କର୍ଣ୍ଣାଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଏବଂ ଡି.କେ ଶିବକୁମାର ଗାନ୍ଧୀ ପରିବାର ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ପରାଜୟ ପରେ ୟୁପି କଂଗ୍ରେସର ଅନେକ ନେତା ମଧ୍ୟ ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ନେତୃତ୍ୱ ପ୍ରତି ଆପତ୍ତିଜନକ ବିବୃତ୍ତି ଦେଇଥିବାରୁ ୟୁପି କଂଗ୍ରେସର ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ ଜିଶାନ ହାଇଦରଙ୍କୁ ଦଳରୁ ବହିଷ୍କାର କରାଯାଇଛି।
କଂଗ୍ରେସ କେବଳ ଏହି ୫ ରାଜ୍ୟରେ ପରଜାୟ ହୋଇନି ବରଂ ଭୋଟ୍ ପ୍ରତିଶତ ବି ବହୁ ପରିମାଣରେ ଖସିଛି। ଆଗାମୀ କିଛି ମାସ ମଧ୍ୟରେ ଗୁଜରାଟ ଓ ଏହାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ତେଣୁ ତା ପୂର୍ବରୁ ଘର ସଜାଡ଼ିବା ଚିନ୍ତା ଏବେ କଂଗ୍ରେସକୁ ଘାରିଛି। ଏସବୁ ଦିଗକୁ ନେଇ ଆଜି ଅପରାହ୍ନ ୪ଟାରେ CWCର ବୈଠକ ବସିବ।
The post ଆଜି ନିର୍ଦ୍ଧାରଣ ହେବ କଂଗ୍ରେସର ଆଗାମୀ ଭବିଷ୍ୟତ! appeared first on Odisha Reporter.
from Odisha Reporter https://ift.tt/sFi6rSY
No comments:
Post a Comment