ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 15, 2022

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ। ଅର୍ଥାତ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନଙ୍କର ଜନ୍ମ, ସେମାନଙ୍କୁ ଏହି କୋଭିଡ ଟିକା ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ସବିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେହେ ଏହି ବର୍ଗର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ।

ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ।  ପିଲାମାନଙ୍କୁ  ୨୮ ଦିନ ବ୍ୟବଧାନରେ ଦୁଇ ଡୋଜ ଟିକା ଦିଆଯିବ। ପିଲାମାନଙ୍କ ଏହି ଟିକା ପାଇଁ ଆଜି ସକାଳ ୯ଟାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ। ଏହାସହିତ ଟିକାକରଣ କେନ୍ଦ୍ରରେ ମଧ୍ୟ ଟିକା ଦେବାର ସୁବିଧା ଉପଲବ୍ଧ ହେବ।

ପିଲାମାନେ ନିଜର ପରିବାର ସଦସ୍ୟଙ୍କ ସହ ଅବା ଭିନ୍ନ ଭାବେ ପଞ୍ଜିକରଣ କରିପାରିବେ। ଆଧାର କାର୍ଡ ନଥିଲେ ପିଲାଙ୍କ ସ୍କୁଲ ଆଇକାର୍ଡରେ ମଧ୍ୟ ପଞ୍ଜିକରଣ କରିହେବ। ଚାରିଜଣିଆ ସଦସ୍ୟ ବିଶିଷ୍ଟ ପରିବାର ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକରଣ କରିପାରିବେ। ସ୍କୁଲ ଶିକ୍ଷକମାନେ ଏହି ଟିକାକରଣ ଅଭିଯାନରେ ସହଯୋଗ କରିବେ।

ଏହି ବୟସ ବର୍ଗରେ ପ୍ରାୟ ୭ କୋଟି ୧୧ ଲକ୍ଷ ପିଲା ହିତାଧିକାରୀଭାବେ ଅଛନ୍ତି।  ଏହି ଅଭିଯାନ ପାଇଁ ପ୍ରାୟ ୫ କୋଟି ଡୋଜ କେନ୍ଦ୍ରକୁ ଦିଆଯାଇଥିବା ଭ୍ୟାକସିନ୍ ନିର୍ମାଣକାରୀ ସଂସ୍ଥା ବାୟୋଲଜିକାଲ-ଇ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଏହି ବର୍ଗର ରାଜ୍ୟର ପ୍ରାୟ ୧୫.୨୧ଲକ୍ଷ ପିଲା କୋଭିଡ୍ ଟିକା ନେବେ। ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫.୪୭ଲକ୍ଷ ଡୋଜ୍ ଟିକା ଉପଲବ୍ଧ ରହିଛି।

The post ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/icTpg43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages