ୟୁକ୍ରେନ୍‌ ଛାଡ଼ିଲେଶି ୩ ମିଲିଅନ୍‌ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 15, 2022

ୟୁକ୍ରେନ୍‌ ଛାଡ଼ିଲେଶି ୩ ମିଲିଅନ୍‌ ଲୋକ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯୋଗୁ ୩ ମିଲିଅନ୍‌ ଲୋକେ ସ୍ଥାନାନ୍ତର ହୋଇଛନ୍ତି। ନିଜ ଦେଶ ୟୁକ୍ରେନ୍ ଛାଡ଼ି ଏହି ଲୋକମାନେ ପଡ଼ୋଶୀ ଦେଶକୁ ପଳାୟନ କରିଛନ୍ତି।  ଜାତିସଂଘର ରିଫ୍ୟୁଜି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପଟେ ୟୁକ୍ରେନ୍‌ରେ ଶାନ୍ତି ଫେରାଇ  ଆଣିବା ପାଇଁ ପୋଲାଣ୍ଡ ନାଟୋକୁ ଆମନ୍ତ୍ରଣ କରିଛି। ପୋଲାଣ୍ଡ କହିଛି ଯେ, ଏଥିରେ କୌଣସି ସାମରିକ ମିଶନ ନେଇ ଆଲୋଚନା ହେବ ନାହିଁ। କେବଳ ମାନବିକତା ଦୃଷ୍ଟିକୋଣରୁ ୟୁକ୍ରେନ୍‌କୁ ସାହାଯ୍ୟ କରିବା ଆଲୋଚନାରେ ମୁଖ୍ୟ ଉଦ୍ଦେଶ୍ୟ ରହିବ। କିଭ୍‌ ପରିଦର୍ଶନ ବେଳେ ପୋଲାଣ୍ଡର ଜଣେ  ବରିଷ୍ଠ ଅଧିକାରୀ ଏହା କହିଛନ୍ତି। ସେପଟେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ୨୦ ଦିନରେ ପହଞ୍ଚିଛି। ଏହାସହ ରୁଷ୍ ୟୁକ୍ରେନ ରାଜଧାନୀ କିଭ୍ ନିକଟତର ହେଉଛି।

ରୁଷ ସେନା ପକ୍ଷରୁ କିଭ୍ ସହର ଉପରେ ଘନ ଘନ ବୋମା ବର୍ଷଣ କରାଯାଉଛି ।ମଙ୍ଗଳବାର କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି।  ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।  ଇର୍ପିନ ପାଖରେ ଗୋଟିଏ ୧୫ ମହଲା କୋଠାକୁ ବୋମା ବର୍ଷଣ କରି ଉଡ଼ାଇ ଦେଇଛି ରୁଷ୍। ଏହାପରେ କିଭ୍‌ରେ ଗୁରୁବାର ପର୍ଯ୍ୟନ୍ତ ପୁଣିଥରେ କର୍ଫ୍ୟୁ ଲଗାଯାଇଛି ।ସେପଟେ ଖୁବଶୀଘ୍ର ଯୁଦ୍ଧର ଅବସାନ ଘଟିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସକ୍କି କହିଛନ୍ତି ।ଗତକାଲି ଦ୍ୱିତୀୟ ଦିନ ପାଇଁ ଲଗାତର ଭାବେ ରୁଷ୍ ଓ ୟୁକ୍ରେନର ମଧ୍ୟସ୍ଥିଙ୍କ ମଧ୍ୟରେ ଶାନ୍ତି ଫେରେଇ ଆଣିବା ଲାଗି ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଯୁଦ୍ଧ ବିରତିକୁ ପ୍ରାଧାନ୍ୟ ଦିଆଯାଇଛି ।ଏହାସହ ରୁଷର କେତେକ ସର୍ତ୍ତରେ ୟୁକ୍ରେନ ରାଜି ହୋଇଛି।  ବର୍ତ୍ତମାନ ପାଇଁ ନାଟୋର ସଦସ୍ୟ ହେବ ନାହିଁ ବୋଲି ୟୁକ୍ରେନ ମାନି ନେଇଛି। ସେପଟେ ୩ ପ୍ରମୁଖ ୟୁରୋପୀୟ ଦେଶର ପ୍ରତିନିଧି କିଭ୍ ଗସ୍ତ କରିବାକୁ ଯୋଜନା କରିଛନ୍ତି। ଚେରନିଭ୍ ଓ ମିକୋଲିଭ୍ ଟାଉନ ଉପରେ ସୋମବାର ରାତିରେ ୬୦ଟି ବୋମାମାଡ଼ କରାଯାଇଛି।

The post ୟୁକ୍ରେନ୍‌ ଛାଡ଼ିଲେଶି ୩ ମିଲିଅନ୍‌ ଲୋକ appeared first on Odisha Reporter.



from Odisha Reporter https://ift.tt/9RfVxSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages