ପୁରୀ(ଓଡ଼ିଶା ରିପୋର୍ଟର): ରବିବାର ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ। କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।
କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲା। ହେଲେ ଆଜି ରବିବାରରେ ମଧ୍ୟ ଖୋଲା ରହିଛି ଶ୍ରୀମନ୍ଦିର। ଏଣିକି ଶ୍ରୀମନ୍ଦିର ପାଇଁ କୋଭିଡ ଗାଇଡଲାଇନରେ କୋହଳନୀତି ଅବଲମ୍ବନ କରାଯାଇଛି।
ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।
The post ହଟିଲା କଟକଣା: ରବିବାରରେ ଜଗା ଦର୍ଶନ କରିପାରିବେ ଭକ୍ତ appeared first on Odisha Reporter.
from Odisha Reporter https://ift.tt/C6bmu0f
No comments:
Post a Comment