ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା। ସେହି ମା’କୁ ହତ୍ୟା କଲା ହତଭାଗା ପୁଅ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଦାରୁବନ୍ଧ ସ୍ଥିତ ବନ୍ଧମୁଣ୍ଡା ବସ୍ତିରେ। ମୃତ ମହିଳା ଜଣଙ୍କ ହେଲେ ଜେମା ଅମାନତ୍ୟ। ଅଭିଯୁକ୍ତ ନବୀନ ଅମାନତ୍ୟକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତକାଲି ନବୀନ ହୋଲି ଖେଳିସାରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ମା’ଙ୍କ ସହ ତା’ର ବଚସା ହୋଇଥିଲା। ପରେ ନବୀନ ଉତକ୍ଷିପ୍ତ ହୋଇ ମା’କୁ ମାରପିଟ୍ କରିଥିଲେ। ଜେମା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। । ଏନେଇ ପଡୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
The post ମା’କୁ ପିଟି ପିଟି ହତ୍ୟା କଲା ପୁଅ appeared first on Odisha Reporter.
from Odisha Reporter https://ift.tt/KhmIlMv
No comments:
Post a Comment