ଚାଲିଛି ଘମାଘୋଟ ଯୁଦ୍ଧ; ନିଜ ସୈନ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପୁଟିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 5, 2022

ଚାଲିଛି ଘମାଘୋଟ ଯୁଦ୍ଧ; ନିଜ ସୈନ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପୁଟିନ

ମସ୍କୋ: ଯୁକ୍ରେନରେ ପଶି ଧ୍ୱଂସଲୀଳା ରଚାଇ ଚାଲିଛି ରୁଷ। କେଉଁଠି ରୁଷ ସୈନ୍ୟ ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକାକୁ ନିମେଷକ ମଧ୍ୟରେ ଧୁଳିରେ ମିଶାଇ ଦେଉଛନ୍ତି ତ କେଉଁଠି ସେମାନଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ମୁହାଁମୁହିଁ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ଆଖି ବୁଜି ସାରିଲେଣି।

ଏହାମଧ୍ୟରେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୧ ଦିନ ପୂରିବାକୁ ବସିଥିବା ବେଳେ ନିଜ ମୃତାହତ ତଥା ଗୁରୁତର ସୈନଙ୍କ ପାଇଁ ପୁଟିନ ଘୋଷଣା କରିଛନ୍ତି ସହାୟତା ରାଶି। ପୁଟିନଙ୍କ ଏହି ତାଲିକାରେ କେବଳ ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଥିବା ରୁଷୀୟ ସୈନ୍ୟ ନୁହନ୍ତି ସିରିଆ ଯୁଦ୍ଧରେ ସାମିଲ ସୈନ୍ୟ ତଥା ସେମାନଙ୍କ ପରିବାରକୁ ମଧ୍ୟ ମିଳିବ ଏହି ସହାୟତା ।

ପୁଟିନ କରିଥିବା ଘୋଷଣାନାମା ଅନୁଯାୟୀ, ୟୁକ୍ରେନ କିମ୍ବା ସିରିଆ ଯୁଦ୍ଧରେ ପ୍ରାଣ ହରାଇଥିବା ରୁଷ ସୈନ୍ୟଙ୍କ ପରିବାରକୁ ୫ ମିଲିୟନ ରୁବେଲ ଅର୍ଥାତ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କା ମିଳିବ । ସେହିପରି ଗୁରୁତରଙ୍କୁ ୩ ମିଲିୟନ ରୁବେଲ ବା ୨୪ ଲକ୍ଷ ଭାରତୀୟ ଟଙ୍କା ମିଳିବି।

ଅଲ ଜଜିରାରେ ପ୍ରକାଶିତ ଖବର ଅନୁଯାୟୀ, ରୁଷ ରକ୍ଷା ମନ୍ତ୍ରାଳୟ ତରଫରୁ ଜାରି ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ଏ ଯାବତ ୪୯୮ ରୁଷୀ ସୈନ୍ୟ ଆଖି ବୁଜି ସାରିଥିବା ବେଳେ ୧୫୯୭ରୁ ଅଧିକ ଗୁରୁତର ହୋଇଥିବା କୁହାଯାଇଛି। ମୃତକଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ରୁଷ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ରୁଷ ହାମଲାରେ ୨,୮୭୦ରୁ ଅଧିକ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୩,୭୦୦ରୁ ଅଧିକ ଗୁରୁତର ହୋଇଥିବା କହିଛି ରୁଷ। ଏହାବାଦ ୫୭୨ ୟୁକ୍ରେନ ସେନାଙ୍କୁ ରୁଷ ନିଜ ଅଧୀନକୁ ନେଇଛି।  ହେଲେ ୟୁକ୍ରେନ ପକ୍ଷରୁ ହୋଇଥିବା ଦାବି ଅନୁଯାୟୀ, ୟୁକ୍ରେନ ହାମଲାରେ ୪,୫୦୦୦ ରୁଷୀ ସୈନିକଙ୍କ ମୃତ୍ୟୁ ହୋଇଛି।

The post ଚାଲିଛି ଘମାଘୋଟ ଯୁଦ୍ଧ; ନିଜ ସୈନ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପୁଟିନ appeared first on Odisha Reporter.



from Odisha Reporter https://ift.tt/NVow57e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages