ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 5, 2022

ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ (ଓଡ଼ିଶା ରିପୋର୍ଟର): କଟକ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ ଦାସଙ୍କୁ ଦଳ ଏଠାରେ ମେୟର ପ୍ରାର୍ଥୀ କରିଛି। ଦଳର କଟକ ନଗର ସଭାପତି ତାଙ୍କ ନାଁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି। ଗତ ୩ ତାରିଖରେ କଂଗ୍ରେସ ପ୍ରଥମେ ଏଠାରୁ ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।

ବିଜେଡି ଗତକାଲି କଟକ ସହିତ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଥିଲା। ଦଳ ଭୁବନେଶ୍ୱରରୁ ସୁଲୋଚନା ଦାସକୁ ପ୍ରାର୍ଥୀ କରିଥିବା ବେଳେ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇଙ୍କୁ ଟିକେଟ୍ ଦେଇଛି। ସେହିପରି ଗତକାଲି ବିଜେପି ତା’ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଦଳ ଏଠାରୁ ଡ. ସୁନୀତି ମୁଣ୍ଡ୍‌ଙ୍କୁ ପ୍ରାର୍ଥୀ କରିଛି। ସେ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି। ସୁଲୋଚନାଙ୍କ ଭଳି ସେ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ଭୁବନେଶ୍ୱରରୁ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିଛି।

The post ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/eVyl8Nq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages