ମୁଁ ନାରୀ, ହସିବାକୁ ଚାହେଁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 7, 2022

ମୁଁ ନାରୀ, ହସିବାକୁ ଚାହେଁ…

“ମୁଁ ଜଣେ ନାରୀ। ମୁଁ ମନ ଖୋଲି ହସିବାକୁ ଚାହେଁ, ଆକାଶରେ ବିହଙ୍ଗଟେ ହୋଉ ଉଡିବାକୁ ଚାହେଁ। ସାମାଜିକ ସ୍ତରରେ ମୁଁ ସମ୍ମାନର ସହ ବଞ୍ଚିବାକୁ ଚାହେଁ। ମୁଁ ଦୁର୍ବଳା କି ଅବଳ ନୁହେଁ, ମୁଁ ସଶକ୍ତ, ମୁଁ ସମର୍ଥ। ତେଣୁ ସମାଜରେ ସମାନତା ଚାହେଁ। ମୁଁ ମଧ୍ୟ ପାଦକୁ ପାଦ ମିଳାଇ ପୁରୁଷ ସହ ଚାଲିବାକୁ ଚାହେଁ। କାରଣ ମୋ’ ବିନା ଏ ଦୁନିଆର ସୃଷ୍ଟି ଅସମ୍ଭବ।”

ବିଶ୍ୱ ମହିଳା ଦିବସରେ ଏମିତି କିଛି ତତ୍ୱକୁ ନେଇ ଚଳିତ ବର୍ଷର ବାର୍ତ୍ତାଟି ରହିଛି “Gender Equality today for Sustainable tomorrow”। ବିଂଶ ଶତାବ୍ଦୀରେ ଲିଙ୍ଗଗତ ଅସମାନତା ମଧ୍ୟରେ ଛନ୍ଦି ହୋଇ ରହିଛି ଆଜିର ସାମଜ। ଏହା ଏକ ବ୍ୟାଧି ଭଳି ସମାଜକୁ କବଳିତ କରି ରଖିଛି। ଯାହାର ସଦ୍ୟ ଉଦାହରଣ ହେଉଛି ନିକଟରେ ଓଡ଼ିଶାର ପୁରୁଣା ରାଜଧାନୀ ତଥା ସାଂସ୍କୃତିକ ସହର କଟକ ମଙ୍ଗଳାବାଗର ଏକ ଲ୍ୟାବରେ ଚାଲିଥିଲା ଲିଙ୍ଗ ନିରୂପଣ। ୫ ହଜାର ଟଙ୍କା ଦେଇ ମା’ ଗର୍ଭରୁ ଶିଶୁର ଭବିଷ୍ୟତ ନିର୍ଦ୍ଧାରଣ କରାଯାଉଥିଲା। ସ୍ଥିତି ଆଜି ଏମିତି ଯେ, ଶିଶୁ କନ୍ୟାକୁ ବିକ୍ରୀ କରି ଦେଉଛନ୍ତି ଜନ୍ମିତ ବାପା-ମାଆ।

ଚଳିତ ଜାନୁଆରୀରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ମାତ୍ର ୧୨ ହଜାର ଟଙ୍କାରେ ନିଜ ନବଜାତ ଶିଶୁକୁ ବିକ୍ରୀ କରିଦେଇଥିଲେ ବାପା-ମା। ସେହିପରି ଗତବର୍ଷ ନଭେମ୍ବରରେ ଡାକ୍ତରଖାନାରୁ ଶିଶୁ ଚୋରି ନାଁରେ ନିଜ ବାପା ଝିଅଟିକୁ ବିକ୍ରୀ ଉଦ୍ଦେଶ୍ୟରେ ଅନ୍ୟ ଏକ ମହିଳାଙ୍କ ହାତକୁ ଟେକି ଦେଇଥିଲା। କେବଳ ସେତିକି ନୁହେଁ, ଶିଶୁ କନ୍ୟାଟି ଆଜି ମଧ୍ୟ ବାପା-ମା’ଙ୍କ ପାଇଁ ଅଲୋଡା ହୋଇପଡ଼ିଛି।

୨୦୨୦ ଜାନୁଆରୀ ମାସର ହାଡ଼ଭଙ୍ଗା ଶୀତରେ ଯାଜପୁର ତିଳପଦା ଗାଁରେ ମାତ୍ର ୩ ଦିନର ଶିଶୁଟିକୁ ଖୋଲା ଆକାଶ ତଳେ ଫିଙ୍ଗି ଦେଇ ଯାଇଥିଲା ଜନ୍ମକଲା ମାଆ। ୨୦୧୯ରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ, ଗଂଜାମର କଦାପଡ଼ା, ମଥୁରା, ବେଗୁନିଆ, ମଲିକେଶ୍ୱର ଆଦି ଗାଁରେ ମଧ୍ୟ ଅଲୋଡା ଶିଶୁକନ୍ୟାକୁ ରାସ୍ତା କଡାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ୨୦୧୭ ମସିହାରେ ଯାଜପୁର ଶ୍ୟାମସୁନ୍ଦରପୁରରୁ ମାଟି ତଳେ ପୋତା ହୋଇଥିବା ଜୀବିତ ଶିଶୁ କନ୍ୟାର କୁଆଁ କୁଆଁ ରାହାରେ ପଲ୍ଲୀଠୁ ନେଇ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଦୋହଲି ଯାଇଥିଲା।

ଶିଶୁ କନ୍ୟାର ସୁରକ୍ଷା ହେଉକି ମହିଳାଙ୍କ ଅଧିକାର। ସାମଜରେ ସେମାନଙ୍କ ପ୍ରତି ଥିବା ଏମିତି କିଛି  ଚିନ୍ତାଧାରା, ମାନସିକତା ଓ ଅସହିଷ୍ଣୁତା ଦୂର କରିବା ପାଇଁ ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଉଛି।

ମହିଳା ଦିବସର ଇତିହାସ ଉପରେ ଯଦି ନଜର ପକାଇବା ତା’ହାଲେ, ପ୍ରଥମେ ଯୁକ୍ତ ରାଷ୍ଟ୍ର ଆମେରିକାରେ ମହିଳାଙ୍କ ଅଧିକାରକୁ ନେଇ ତେଜିଥିଲା ଆନ୍ଦୋଳର ବହ୍ନି। ୧୮୪୮ରେ ଦାସତ୍ୱ ବିରୋଧରେ ସ୍ୱର ଉଠାଇ ଶହେ ଜଣ ମହିଳାଙ୍କୁ ଏକାଠି କରିଥିଲେ ଏଲିଜାବେଥ୍‌ କାଡି ଷ୍ଟେନଟନ୍ ଲାଡିଲୁକ୍ରେଟିଆ ମୋଟ୍ (Elizabeth cady Stanton nadLucretia Mott)। ଧୀରେ ଧୀରେ ମହିଳା ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଲେ। ୧୯୦୮ ମସିହାରେ ନ୍ୟୁୟର୍କରେ ହୋଇଥିବା ମହିଳା କର୍ମଜୀବୀଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇ ପ୍ରଥମେ ୧୯୦୯ ଫେବୃଆରୀ ୨୮ ତାରିଖରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ପାଳନ ହେଲା “ମହିଳା ଦିବସ”। ଏହା ପରେ ରୁଷରେ ମଧ୍ୟ ମହିଳା ଆନ୍ଦୋଳନ ଦାନା ବାନ୍ଧିଥିଲା। ନିଜ ଆତ୍ମସ୍ୱାଭିମାନ ଓ ସମ୍ମାନ ପାଇଁ  ୧୯୧୭ ମସିହା ଫେବୃୟାରୀ ୨୩ ତାରିଖରେ ପ୍ରତିବାଦ କରିବାକୁ ମନସ୍ଥ କରିଥିଲେ ରୁଷ ମହିଳା।

ତେବେ ଗ୍ରୀଗୋରିଆନ କ୍ୟାଲେଣ୍ଡର(Gregorian Calendar) ଅନୁସାରେ ଏହି ଦିନଟି ସାରା ବିଶ୍ୱ ପାଇଁ ମାର୍ଚ୍ଚ ୮ ତାରିଖ ଥିଲା। ମହିଳାଙ୍କ ଅଧିକାରକୁ ନେଇ ସାରା ବିଶ୍ୱ ୧୯୭୫ ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ ପାଳନ କରି ଆସୁଛି। କିନ୍ତୁ ୧୯୭୭ ମସିହାରେ ଏହି ଦିନଟିକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ଜାତିସଂଘର ମାନ୍ୟତା ମିଳିଲା।

The post ମୁଁ ନାରୀ, ହସିବାକୁ ଚାହେଁ… appeared first on Odisha Reporter.



from Odisha Reporter https://ift.tt/5oi0EjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages