ନୂଆଦିଲ୍ଲୀ: ଆତ୍ମସମର୍ପଣ କର ନଚେତ ପରିସ୍ଥିତି ଭୟଙ୍କର ହେବ। କିଭ୍ ଆତ୍ମସମର୍ପଣ ନକଲା ପର୍ଯ୍ୟନ୍ତ ଆମେ ଛାଡ଼ିବୁନି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍କୁ ଏଭଳି ଚେତାବନୀ ଦେଇଛନ୍ତି। ୟୁକ୍ରେନ୍ର ରାଜଧାନୀ କିଭ୍କୁ ଏକ ପ୍ରକାର ଦଖଲ କରି ନେଇଥିବା ରୁଷ ପୁଣି ଥରେ ଏକ ପ୍ରେସ୍ ବାର୍ତ୍ତାରେ ରାଷ୍ଟ୍ରପତି ଭୋଲଦିମିର୍ ଜେନେଲସ୍କିଙ୍କୁ ଧମକାଇଛନ୍ତି। ଯୁଦ୍ଧ ହେଉ କି ଆଲୋଚନା ଯେମିତି ହେଉ ମୁଁ ମୋର ଲକ୍ଷ୍ୟ ହାସଲ କରିବି ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି।
ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ନାହିଁ ନଥିବା ଦୁଃଖ ଦୁର୍ଦ୍ଦଶାରେ ଛନ୍ଦି ହୋଇଛନ୍ତି ସାଧାରଣ ଲୋକେ। ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚି ଥିବା ବେଳେ ଏଯାଏଁ ୧.୫ ମିଲିଅନ୍ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ିଲେଣି। ଗୋଟିଏ ପଟେ ଲଢ଼େଇ ଜାରି ରହିଥିବା ବେଳେ ଅନ୍ୟପଟେ ନାଗରିକିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ନେଇ ବଡ଼ ଚାଲେଞ୍ଜ ହୋଇଛି। ୱାର ଜୋନ୍ରେ ଫିସିଥିବା ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା। କିନ୍ତୁ ଅଧିକାଂଶ ନାଗରିକ ଯିବା ରାଜି ନଥିବାରୁ ସ୍ଥାନାନ୍ତର ପ୍ରକ୍ରିୟା ଜଟିଳ ହୋଇଛି। ବିଷେଶ କରି ୟୁକ୍ରେନ୍ରେ ମାରିୟୁପୋଲ୍ରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ବାଧା ଉପୁଜିଛି। ଏଠାରେ ଲୋକଙ୍କ ପାଣି ଏବଂ ବିଜୁଳି ବ୍ୟବସ୍ଥାକୁ କାଟି ଦିଆଯାଇଛି। ତେବେ ଗତକାଲି ରୁଷର ମିଶାଇଲ ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନ୍ରେ ଥିବା ଭିନ୍ନ୍ୟତସିଆ ଏୟାରପୋର୍ଟ ନଷ୍ଠ ହୋଇଛି । ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବାରୁ ଚିନ୍ତା ପ୍ରକଟ କରିଛି ଆମେରିକା। ଆମେରିକାର ଷ୍ଟେଟ୍ ସେକ୍ରେଟେରୀ ଆଣ୍ଟୋନୀ ବ୍ଲିଙ୍କେନ୍ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଆମେରିକା ପକ୍ଷରୁ ପୋଲାଣ୍ଡକୁ ୟୁକ୍ରେନ୍କୁ ଫାଇଟର ଜେଟ ଯୋଗାଇବା ପାଇଁ ସବୁଜ ସଙ୍କେତ ଦେଇଛି । ହେଲେ ଏହି ଯୁଦ୍ଧରେ ନାଟୋ ସଦସ୍ୟ ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ଏମିତିକି ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ପୁଟିନ।
ଅନ୍ୟପଟେ ରୁଷ ଯୁଦ୍ଧ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ୟୁକ୍ରେନରେ ଆକ୍ରମଣ ବନ୍ଦ ଦାବି ସହ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ମାଟିରେ ତୀବ୍ର ବିରୋଧ କରାଯାଇଛି। ରୁଷ ପୁଲିସ ପ୍ରାୟ ୪୬୦୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।
The post କିଭ୍କୁ ଆତ୍ମସମର୍ପଣ ପାଇଁ ଚେତାବନୀ ଦେଲେ ପୁଟିନ୍ appeared first on Odisha Reporter.
from Odisha Reporter https://ift.tt/k8SGEnt
No comments:
Post a Comment