ଆଜି ଆସିବ ପୌର ଫଳାଫଳ; ଭୁବନେଶ୍ୱର ଦେଖିବ ମହିଳା ମେୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 25, 2022

ଆଜି ଆସିବ ପୌର ଫଳାଫଳ; ଭୁବନେଶ୍ୱର ଦେଖିବ ମହିଳା ମେୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ  ।

ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ମେୟର । କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଛି ୧୪୪ ଧାରା । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଏହି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ୧୪୪ ଧାରା ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ  । ଫଳରେ ସମସ୍ତ ବ୍ୟକ୍ତିଗତ ଓ ବେସରକାରୀ ଚାରିଚକିଆ ଯାନର ଚଳାଚଳ ଭଦ୍ରକ ପୌରାଞ୍ଚଳ ମଧ୍ୟରେ ନିଷିଦ୍ଧ କରାଯାଇଛି ।

The post ଆଜି ଆସିବ ପୌର ଫଳାଫଳ; ଭୁବନେଶ୍ୱର ଦେଖିବ ମହିଳା ମେୟର appeared first on Odisha Reporter.



from Odisha Reporter https://ift.tt/7nQqjaF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages