ଥାନାରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 24, 2022

ଥାନାରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଥାନା ପରିସରରେ ହାତାହାତି । ପୁଲିସ୍‌ ଉପସ୍ଥିତିରେ ପିଟାପିଟି ହେଲେ ବିଜେପି-ବିଜେଡି କର୍ମୀ । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା ।  ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ  ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ଟାଉନ୍ ଥାନାରେ ପହଞ୍ଚିଥିଲେ।

ଥାନା ପରିସରରେ ଉଭୟ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା  । ଏହାପରେ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଥାନା ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଏହି ଘଟଣାରେ ଉଭୟ ପକ୍ଷରୁ କିଛି କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାବେଳେ ଏବେବି ଚାପା ଉତ୍ତେଜନା ଲାଗିରହିଛି ।

The post ଥାନାରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ appeared first on Odisha Reporter.



from Odisha Reporter https://ift.tt/60fVdIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages