ରାଜନୈତିକ ହିଂସାକାଣ୍ଡ, ସଙ୍ଘବଦ୍ଧ ଆକ୍ରମଣରେ ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 6, 2022

ରାଜନୈତିକ ହିଂସାକାଣ୍ଡ, ସଙ୍ଘବଦ୍ଧ ଆକ୍ରମଣରେ ୫ ଆହତ

ଭଦ୍ରକ(ପାର୍ଥସାରଥୀ ନାୟକ): ସରିଛି ପଞ୍ଚାୟତ ନିର୍ବାଚନ ହେଲେ ଗାଁରେ କମୁନି ରାଜନୈତିକ ହିଂସାକାଣ୍ଡ। ନିର୍ବାଚନ ଜିତି ସାରିଥିଲେ ବି ହାରି ଯାଇଥିବା ଦଳ ଉପରେ କରାଯାଉଛି ଆକ୍ରମଣ। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ପୁଣି ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗୋଟିଏ ନିର୍ଦ୍ଧିଷ୍ଟ ଦଳର ବ୍ୟକ୍ତିମାନେ ଅନ୍ୟ ଦଳ ଉପରକୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ଵନ୍ତ ଥାନା ଅଧିନ କାଦବରାଙ୍ଗ ଵଜାରରେ ଏ ଭଳି ଘଟଣା ଘଟିଛି। ଗୋଟିଏ ନିର୍ଦ୍ଧିଷ୍ଟ ଦଳର କର୍ମୀ ଅନ୍ୟ ଦଳର କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ବିଜେଡି ଦଳରେ ରହି ବିଦ୍ରୋହ କରି କିଛି ଅସନ୍ତୁଷ୍ଟ କର୍ମୀ ମଞ୍ଚ କରି ନିର୍ବାଚନ ଲଢିଥିଲେ। ପରେ ଏହାକୁ ନେଇ ଉତ୍ତେଜନା ଲାଗିରହିଥିଲା।

ରବିବାର ସଂଧ୍ୟାରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ ୪୦ରୁ ୫୦ ଜଣ ଆସି ଗୋଟିଏ ଦଳ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ୫ଜଣ ଆହତ ହୋଇଛନ୍ତି। ଆଗରପଡା ପୁଲିସ ପହଞ୍ଚି ଆହତମାନଙ୍କୁ ୧୦୮ ଓ ଅନ୍ୟ ଗାଡି ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୁଲିସ ଘଟଣା ତଦନ୍ତ ଜାରି ରଖିଛି।

The post ରାଜନୈତିକ ହିଂସାକାଣ୍ଡ, ସଙ୍ଘବଦ୍ଧ ଆକ୍ରମଣରେ ୫ ଆହତ appeared first on Odisha Reporter.



from Odisha Reporter https://ift.tt/DIGA0Re

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages