ରାସ୍ତାରେ ଛିଡା ହୋଇଥିଲା ଡମ୍ଫର, ପିଟି ହୋଇଗଲା ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 12, 2022

ରାସ୍ତାରେ ଛିଡା ହୋଇଥିଲା ଡମ୍ଫର, ପିଟି ହୋଇଗଲା ବାଇକ୍‌

ପାଟଣାଗଡ଼ (କରୁଣାକର ବୁଡେକ): ରାସ୍ତାରେ ଛିଡା ହୋଇଥିବା ଏକ ଡମ୍ଫର ପଛପଟେ ପିଟି ହେଲା ବାଇକ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି  ୪୨ ନମ୍ବର ରାଜ୍ୟ ରାଜପଥର ବଥର୍ଲା ଛକ ନିକଟରେ ଘଟିଛି। ମୃତକ ହେଲେ ଟିକପାଲିର ଗାଁର ଚୈତନ୍ୟ ବାରଲେଣ୍ଡିଆ । ଏହି ଦୁର୍ଘଟଣାରେ ଭାଟିଶାଳପଡାର ଗୁରୁବାରୁ ଠେଲା ଓ କାଦେପଡାର ତପନ ଷାଣ୍ଡ ଗୁରୁତର ଆହତ ହୋଇଛନ୍ତି। ।

ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍‌ରେ ଚୈତନ୍ୟ, ଗୁରୁବାରୁ ଓ ତପନ ଯୁଗିମୁଣ୍ଡାରୁ ପାଟଣାଗଡ଼ ଯାଉଥିଲେ।  ମାତ୍ର ବଥର୍ଲା ଛକ ନିକଟରେ ଛିଡା ହୋଇଥିବା ଏକ ଡମ୍ଫର ପଛରେ ବାଇକଟି ଜୋରରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଚାଳକ ଚୈତନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରୁ ଓ ତପନ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଗୁରୁବାରୁ ଓ ତପନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ରାସ୍ତାରେ ଛିଡା ହୋଇଥିଲା ଡମ୍ଫର, ପିଟି ହୋଇଗଲା ବାଇକ୍‌ appeared first on Odisha Reporter.



from Odisha Reporter https://ift.tt/D9MG2y3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages