କିଭ୍: ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା। କିଭ୍ରେ ରୁଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀନ୍ କରିଡରରେ ଆକ୍ରମଣ ହୋଇଛି। ଏନେଇ ସୂଚନା ଦେଇଛି ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରାଳୟ।
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷର ସେନୈମାନେ ମହିଳା ଏବଂ ଶିଶୁଙ୍କ ଉପରକୁ ଗୁଳି ଚଳାଇଛନ୍ତି। କିଭ୍ ଛାଡି ନିଜ ଜୀବନ ବଞ୍ଚାଇ ପଳାୟନ କରୁଥିବା ଲୋକଙ୍କ ଉପରେ ହୋଇଛି ଗୁଳିମାଡ। ଏଥିରେ ଜଣେ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ମାର୍ଚ୍ଚ ୧୧ ରେ ମହିଳା ଏବଂ ଶିଶୁ ଏକ ଦଳ କିଭ୍ର ପେରେମୋହା ଗାଁରୁ ଏକ ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଅନ୍ୟପକ୍ଷରେ, ଜଣେ ଆହତ ମହିଳା କହିଛନ୍ତି ଯେ ରୁଷର ହେଲିକପ୍ଟରଟି ଆମ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା।
୧୫ ଦିନରୁ ଉର୍ଦ୍ଧ୍ୱ ହେଲା ରୁଷ ଓ ୟୁକ୍ରେନ୍ ମଧ୍ୟ ଯୁଦ୍ଧ ଚାଲିଛି। ବାରମ୍ବାର ବୈଠକ ପରେ କିଛି ସମାଧାନର ବାଟ ବାହାରି ପାରୁନି। ରୁଷର ଏକା ଜିଦ୍ ୟୁକ୍ରେନ୍ ଦଖଲ କରିବ। ସେପଟେ ୟୁକ୍ରେନ୍ ମଧ୍ୟ କିଭ୍ ଛାଡିବାକୁ ନାରାଜ। ନିଜ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଉଭୟ ଦେଶର ହଜାର ସୈନ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଲେଣି। କେବଳ ସେତିକି ନୁହେଁ ସାଧାରଣ ନାଗରିକଙ୍କ ମଧ୍ୟ ଜୀବନ ଗଲାଣି।
The post ଦୌଡ଼ି ପଳାଉଥିବା ୟୁକ୍ରେନବାସୀଙ୍କ ଉପରେ ରୁଷ ସେନାର ଗୁଳିମାଡ, ୭ ମୃତ appeared first on Odisha Reporter.
from Odisha Reporter https://ift.tt/BtLRrJ4
No comments:
Post a Comment