ଆଜି ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା, ୫୭ ଆସନ ପାଇଁ ଭୋଟିଂ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 2, 2022

ଆଜି ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା, ୫୭ ଆସନ ପାଇଁ ଭୋଟିଂ ଆରମ୍ଭ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ଥିବା ୫୭ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଭୋଟ ଦେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଲୋକେ। କାରଣ ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନ ମଧ୍ୟରେ ଗୋରଖପୁର ମଧ୍ୟ ରହିଛି। ଯୋଗୀ ଆଦିତ୍ୟନାଥ ପ୍ରଥମଥର ପାଇଁ କୌଣସି ବିଧାନସଭା ନିର୍ବାଚନରେ ଲଢ଼େଇ କରୁଛନ୍ତି।

ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କ ଗଡ଼ ଭାବେ ପରିଚିତ। ଯୋଗୀଙ୍କ ବ୍ୟତୀତ ଏକାଧିକ ବରିଷ୍ଠ ମନ୍ତ୍ରୀ ଓ ହେଭିୱେଟଙ୍କ ଭାଗ୍ୟ ମଧ୍ୟ ଆଜି ଭୋଟ ପରେ ଇଭିଏମରେ ସିଲ୍ ହୋଇଯିବ।

ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ ବିଧାନସଭା ୪୦୩ ଆସନରୁ ୨୯୨ଟିରେ ଭୋଟିଂ ଶେଷ ହୋଇଛି। ଏବେ ସମସ୍ତଙ୍କ ଫୋକସ ପୂର୍ବାଞ୍ଚଳ ଉପରେ ରହିଛି। ଏହି ଅଞ୍ଚଳରେ ପ୍ରାୟ ୧୧୧ଟି ଆସନ ପାଇଁ ଭୋଟିଂ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଆଜି ଅନୁଷ୍ଠିତ ହେଉଥିବା ୫୭ଟି ଆସନରୁ ୪୬ଟିରେ ଜିତିଥିଲା। ଏହି ଆସନ ଗୁଡ଼ିକ ଆମ୍ବେଦକର ନଗର, ବଳାରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସନ୍ଥ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଦେଓରିଆ ଓ ବଲ୍ଲିଆ ଭଳି ଅଞ୍ଚଳରେ ରହିଛି।

ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଗୋରଖପୁର ଅର୍ବାନ ସିଟ୍‌ରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ୨୦୧୭ରେ ଏଠାରେ ବିଜେପିର ରାଧା ମୋହନ ଦାସ ଅଗ୍ରୱାଲ ପ୍ରାୟ ୬୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ।

ଏଥର ଯୋଗୀଙ୍କୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟି ମହିଳା କାର୍ଡ ଖେଳିଛି। ଦଳ ପକ୍ଷରୁ ଗୋରଖପୁରରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ପତ୍ନୀ ପ୍ରାର୍ଥୀ କରାଯାଇଛି। ସେହିପରି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।

ଯୋଗୀଙ୍କ ବ୍ୟତୀତ ଏହି ପର୍ଯ୍ୟାୟରେ କଂଗ୍ରେସର ଉତ୍ତର ପ୍ରଦେଶ ମୁଖ୍ୟ ଅଜୟ କୁମାର ଲାଲ୍ଲୁ, ସମାଜବାଦୀ ପାର୍ଟିର ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ପାଇଁ ମଧ୍ୟ ଲୋକମାନେ ଭୋଟ କରିବେ।

ସୂଚନାଯୋଗ୍ୟ, ରାଜ୍ୟର ବାକି ୫୪ଟି ଆସନ ପାଇଁ ମାର୍ଚ୍ଚ ୭ରେ ଭୋଟିଂ ହେବ। ଏହାପରେ ଅର୍ଥାତ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

The post ଆଜି ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା, ୫୭ ଆସନ ପାଇଁ ଭୋଟିଂ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/X1A02Q3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages