ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କାହା ଘର ଉପରକୁ ଟେକା ପଥର ମାଡ଼ ହୋଇଛି ତ ଆଉ କେଉଁଠି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଦିଗପହଣ୍ଡି ଥାନା ଅର୍ନ୍ତଗତ ଚୌଧୁରୀ ଟିକରପଡ଼ା ପଞ୍ଚାୟତର ଢେପାପେଣ୍ଠ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଘର ଉପରକୁ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀମାନେ ଟେକାପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିରେ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆହତ ହୋଇଛନ୍ତି। ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସେହିପରି ଚିକିଟି ବ୍ଲକ ପିତାତଳି ଗାଁରେ ବୋମାମାଡ଼ ହୋଇଛି। ବିଜୟ ଶୋଭାଯାତ୍ରା ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ପରାଜିତ ସରପଞ୍ଚ ପ୍ରାର୍ଥୀ କେ.ନରସିଂହ ମୁର୍ତ୍ତିଙ୍କ ଘର ନିକଟରେ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
The post ନିର୍ବାଚନ ପରବର୍ତ୍ତୀ ହିଂସା; କେଉଁଠି ଫୁଟିଲା ବୋମା, ଆଉ କେଉଁଠି ଟେକାପଥର ମାଡ଼ appeared first on Odisha Reporter.
from Odisha Reporter https://ift.tt/uxKzVrZ
No comments:
Post a Comment