ଯୁଦ୍ଧ ମୋ ହୃଦୟକୁ ଭାଙ୍ଗିଦେଇଛି, ବିଶ୍ୱବାସୀ ଘରୁ ବାହାରି ବିରୋଧ କରନ୍ତୁ : ଜେଲେନସ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 23, 2022

ଯୁଦ୍ଧ ମୋ ହୃଦୟକୁ ଭାଙ୍ଗିଦେଇଛି, ବିଶ୍ୱବାସୀ ଘରୁ ବାହାରି ବିରୋଧ କରନ୍ତୁ : ଜେଲେନସ୍କି

ନୂଆଦିଲ୍ଲୀ:ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ବିରୋଧ ପାଇଁ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି। ରୁଷ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ  ବିଶ୍ୱବାସୀଙ୍କୁ ଆହ୍ୱାନ କରିଛନ୍ତି। ନାଗରିକାମାନେ ନିଜ ନିଜ ଦେଶରେ ରାସ୍ତରକୁ ଆସି ଯୁଦ୍ଧ ବନ୍ଦ ପାଇଁ ସ୍ୱର ଉଠାନ୍ତୁ ବୋଲି ସେ ନିବେଦନ କରିଛନ୍ତି। ମାର୍ଚ୍ଚ ୨୪ରୁ ୟୁକ୍ରେନ୍ ସମର୍ଥନରେ ଆଗେଇ ଆସିବାକୁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି।

ୟୁକ୍ରେନରେ ସ୍ୱାଧୀନତା, ଜୀବନ ରକ୍ଷା ପାଇଁ ବିଶ୍ୱର କୋଣ-ଅନୁକୋଣେରେ ସ୍ୱର ତୀବ୍ର ହେଉ ବୋଲ ସେ କହିଛନ୍ତି ।ବୁଧବାର ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି ଯେ, ଆପଣମାନେ ନିଜ ଦେଣ ରାସ୍ତାକୁ ଆସି ରୁଷ ବିରୋଧରେ ଆନ୍ଦୋନ କରନ୍ତୁ। ଆମେ ରୁଷକୁ ଅଟକେଇବା ଦରକାର। ଏହି ଯୁଦ୍ଧକୁ ବିଶ୍ୱ ବନ୍ଦ କରିବା ଉଚିତ୍।  ଯେଉଁମାନେ ୟୁକ୍ରେନ ସମର୍ଥନରେ ବହାରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ତଥାପି ଯୁଦ୍ଧ ବନ୍ଦ ହେଉନାହିଁ। ହେଲେ ୟୁକ୍ରେନ୍‌ର ଶାନ୍ତି ପାଇଁ ଅଭିଯାନ ଜାରି ରହୁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧକୁ ପ୍ରାୟ ମାସେ ବତିଗଲାଣି। ଏହା ମୋ ହୃଦୟକୁ ଭାଙ୍ଗି ଦେଇଛି।

ସମସ୍ତ ୟୁକ୍ରେନବାସୀଙ୍କ ହୃଦୟ ଭାଙ୍ଗି ଦେଇଛି। ପୃଥିବୀର ପ୍ରତିଟି ସ୍ୱାଧୀନସତ୍ତା ମଣିଷର ଛାତିକୁ ଯୁଦ୍ଧ ବିଦାରି ଦେଉଛି। ସେଥିପାଇଁ ମୁଁ ବିଶ୍ୱର ସବୁ ଦେଶବାସୀଙ୍କୁ ସମୂହ ସ୍ୱର ଉତ୍ତୋଳନ ପାଇଁ ନିବେଦନ କରୁଛି । ସେପଟେ ରୁଷ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ଆଜି ୩୦ ଦିନ ପହଞ୍ଚିଛି। ଉଭୟ ଦେଶ ଆଉ ଏକ ରାଉଣ୍ଡ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି । ଫେବୃଆରୀ ୨୪ରୁ ରୁଷ ଆକ୍ରମଣ ଜାରି ରଖିଛି। ସେବେଠାରୁ ୟୁକ୍ରେନ୍‌ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଉଥବା ଥିବା ମେଡିକାଲ ଓ ସଂସ୍ଥା ଗୁଡ଼ିକ ଉପରେ ୬୪ ଥର ଆକ୍ରମଣ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

The post ଯୁଦ୍ଧ ମୋ ହୃଦୟକୁ ଭାଙ୍ଗିଦେଇଛି, ବିଶ୍ୱବାସୀ ଘରୁ ବାହାରି ବିରୋଧ କରନ୍ତୁ : ଜେଲେନସ୍କି appeared first on Odisha Reporter.



from Odisha Reporter https://ift.tt/vnUBY5D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages