ଆଜି ଓଟିଭି ଫୋରସାଇଟ୍ -୨୦୨୨, ହେବ ମାନସ ମନ୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 3, 2022

ଆଜି ଓଟିଭି ଫୋରସାଇଟ୍ -୨୦୨୨, ହେବ ମାନସ ମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ଭୁବନେଶ୍ୱରରେ ଆୟୋଜିତ ହେବ ଓଟିଭି ଫୋରସାଇଟ୍ -୨୦୨୨।  ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀର ଗୋଟିଏ ମଞ୍ଚରେ ଏକାଠି ହେବେ ଶାସକ, ପ୍ରଶାସକ, ଜଣାଶୁଣା ଫିଲ୍ମ ନିର୍ମାତା, ରାଜନେତା ଓ ବୁଦ୍ଧିଜୀବୀ ପ୍ରମୁଖ। ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ହେବ ଘମାସାନ  ଚର୍ଚ୍ଚା, ଚିନ୍ତନ ଭିତରେ ହେବ ମାନସ ମନ୍ଥନ। ଚଳିତ ବର୍ଷ ଓଟିଭି ଫୋରସାଇଟ୍ -୨୦୨୨ରେ ଥିମ୍ ରହିଛି, Winner and the disavdantaged in the new world order।

ଆଜି ପୂର୍ବାହ୍ନ ୧୦ଟା ୩୦ରେ ହେବାକୁ ଥିବା ସ୍ୱାଗତ ଅଭିଭାଷଣ ରଖିବେ ଓଟିଭି ଏମଡି ଜଗି ମଙ୍ଗତ୍ ପଣ୍ଡା। ଇଶା ଫାଉଣ୍ଡେସନ୍ ମୁଖ୍ୟ ସଦଗୁରୁଙ୍କ ସହ ଆଲୋଚନା କରିବେ ଜଗି ମଙ୍ଗତ୍ ପଣ୍ଡା। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

କରୋନା ଭଳି ମହାମାରୀ ସମୟରେ କୃଷି ଓ କୃଷକଙ୍କ ଉପରେ ପ୍ରଭାବ ନେଇ ପ୍ରାରମ୍ଭିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ପରେ ପରେ ମୃତ୍ତିକା ସଂରକ୍ଷଣ, India- THE RISING FORCE IN THE NEW WORLD ORDER ଏବଂ ପଞ୍ଚାୟତ ରାୟ, କାହିଁକି ଧରାଶାୟୀ ବିରୋଧୀ ଏଭଳି ବିଷୟବସ୍ତୁକୁ ନେଇ ଚାଲିବ ଆଲୋଚନା। ଏଥିରେ ଭାଗନେବେ ପ୍ରମୁଖ ରାଜନୈତିକ ଦଳର ନେତା।

ସେହିପରି ବିଜନେସ୍ ସେସ୍ନରେ ଟାଟା ପ୍ଲେ MD ଓ CEO ହରିତ ନାଗପାଲ ଏବଂ ଆସୋଟେକ୍ ର ସିଓଓ ଆଦିତ୍ୟ ପ୍ରକାଶ ମତ ରଖିବେ।  ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଅଭିନେତ୍ରୀ ହୁମା କୁରେସୀ ମଧ୍ୟ ଯୋଗ ଦେଉଛନ୍ତି।

The post ଆଜି ଓଟିଭି ଫୋରସାଇଟ୍ -୨୦୨୨, ହେବ ମାନସ ମନ୍ଥନ appeared first on Odisha Reporter.



from Odisha Reporter https://ift.tt/sVadfgc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages