ପୁଟିନଙ୍କ ସହ ସିଧା କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ୟୁକ୍ରେନ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 3, 2022

ପୁଟିନଙ୍କ ସହ ସିଧା କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ୟୁକ୍ରେନ ରାଷ୍ଟ୍ରପତି

କିଭ୍: ଦୀର୍ଘ ୯ ଦିନ ହେଲା ରୁଷର ଘନଘନ ଆକ୍ରମଣର ଜବାବ ଦେଇ ଚାଲିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ହାର ମାନିବାକୁ ନାରାଜ। ଯୁଦ୍ଧ ବନ୍ଦ କରିବାକୁ ରୁଷ ଓ ୟୁକ୍ରେନର ପ୍ରତିନିଧିମାନେ ବେଲାରୁଷ ସୀମାନ୍ତରେ ଆଲୋଚନା କରିଥିଲେ ମଧ୍ୟ କୌଣସି ଆଖିଦୃଶିଆ ସାମାଧାନର ରାସ୍ତା ବାହାରିନି।

ଏସବୁ ଭିତରେ ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବା ହିଁ ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି। ଏଥିସହ ଜେଲେନସ୍କି ପଶ୍ଚିମ ଦେଶଗୁଡ଼ିକୁ ମିଲିଟାରୀ ସହାୟତା ଅଧିକ ମାତ୍ରାରେ ଦେବା ପାଇଁ ଅନୁରୋଧ କରିଛନ୍ତି। କଥାବାର୍ତ୍ତା କରିବାକୁ ସେ ପ୍ରସ୍ତାବ ଦେଇଥିଲେ ମଧ୍ୟ ୟୁକ୍ରେନ କେବେ ବି ରୁଷ ଆଗରେ ଆତ୍ମସମର୍ପଣ କରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ଜେଲେନସ୍କି କହିଛନ୍ତି, “ଯଦି ଆପଣମାନଙ୍କ ପାଖରେ ଆକାଶ ପଥ ବନ୍ଦ କରିବାକୁ ଶକ୍ତି ନାହିଁ, ତା’ହେଲେ ମୋତେ ପ୍ଲେନ ଦିଅନ୍ତୁ। ଯଦି ଆମେ ରହିବୁ ନାହିଁ, ତା’ହେଲେ ଆଗାମୀ ଦିନରେ ଲାଟଭିଆ, ଲିଥୁଆନିଆ ଓ ଇଷ୍ଟୋନିଆର ସମାନ ସ୍ଥିତି ସୃଷ୍ଟି ହୋଇପାରେ। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ଏମିତି ନ ହେଉ।”

ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ହିଁ ଏକମାତ୍ର ରାସ୍ତା ବୋଲି ଜେଲେନସ୍କି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, “ଆମେ ରୁଷ ଉପରେ ଆକ୍ରମଣ କରୁନାହୁଁ। ଆକ୍ରମଣ କରିବାର କୌଣସି ଯୋଜନା ମଧ୍ୟ ନାହିଁ। ରୁଷ ଆମ ଠାରୁ କ’ଣ ଚାହୁଁଛି? ଦୟା କରି ଆମ ଦେଶ ଓ ମାଟିରୁ ଚାଲି ଯାଅ।

ଯଦି କିଛି ଅସୁବିଧା ଅଛି, ଆସ ମୋ ପାଖରେ ବସି କଥା ହୁଅ। ୩୦ ମିଟର ଦୂରତାରେ ରହି କଥାବାର୍ତ୍ତା କରନ୍ତୁ ନାହିଁ। ମୁଁ କୌଣସି ପ୍ରକାରର କ୍ଷତି କରିବି ନାହିଁ। ମୁଁ ତୁମର ପଡ଼ୋଶୀ। କେଉଁଥି ପାଇଁ ତୁମେ ଡରୁଛ? ଆଧୁନିକ ଯୁଗରେ ଜଣେ ବ୍ୟକ୍ତି ପଶୁଙ୍କ ଭଳି ଆଚରଣ କରିବ ବୋଲି କେବେ କେହି ଭାବି ନଥିଲେ। ଆଜି ଆମ ସହ ଯାହା ଘଟୁଛି, ଆଗାମୀ ଦିନରେ ଅନ୍ୟ ଦେଶରେ ବି ସେଇଆ ଘଟିପାରେ। ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ଗୋଟିଏ ମାତ୍ର ରାସ୍ତା। ଆମେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। କିନ୍ତୁ ଆତ୍ମସମର୍ପଣ କରିବୁ ନାହିଁ। ଆତ୍ମସମର୍ପଣ ଅପେକ୍ଷା ଆମେ ମରିବାକୁ ବେଶୀ ପସନ୍ଦ କରିବୁ।”

ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ବୈଠକ ଶେଷ ହୋଇଛି। ବୈଠକରେ ୟୁକ୍ରେନର କୌଣସି ଦାବିକୁ ରୁଷ ଗ୍ରହଣ କରିନାହିଁ। କେବଳ ମାନବୀୟ କରିଡର ଦ୍ୱାରା ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ବାହାର କରିବା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି।

ବୈଠକ ପରେ ଜେଲେନସ୍କିଙ୍କ ପରାମର୍ଶଦାତା କମିଟିର ମୁଖ୍ୟ ମିଖାଇଲ ପୋଡୋଲୟାକ କହିଛନ୍ତି, ଦ୍ୱିତୀୟ ରାଉଣ୍ଡ ବୁଝାମଣା ବୈଠକ ଶେଷ ହୋଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ ୟୁକ୍ରେନର କରୁଥିବା ଆବଶ୍ୟକତା ଗୁଡ଼ିକ ପୂରଣ ହୋଇନି। କେବଳ ମାନବୀୟ କରିଡର ପାଇଁ ସାମାଧାନର ରାସ୍ତା ବାହାରିଥିବା ସେ ସୂଚନା ଦେଇଛନ୍ତି।

The post ପୁଟିନଙ୍କ ସହ ସିଧା କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ୟୁକ୍ରେନ ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/5wROtPr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages