ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ମୋଦି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 24, 2022

ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ମୋଦି  

ନୂଆଦିଲ୍ଲୀ: ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ରହିଛି। ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟଠାରୁ ମିଳିଛି ଏହି ସୂଚନା । ଏହା ହେବ ମୋଦିଙ୍କର ପଞ୍ଚମ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ।  ମୋଦିଙ୍କ ସହ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକ ମଧ୍ୟ ଯୋଡ଼ି ହୋଇ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ଅଭିମତ ପ୍ରଦାନ କରିବେ ।

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ଅନଲାଇରେ ଏକ କ୍ରିଏଟିଭ୍ ରାଇଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୫ଲକ୍ଷରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ତିନିଟି ଏଡିସନ୍ ଦିଲ୍ଲୀର ଟାଉନ୍ ହଲରେ ଅନୁଷ୍ଠିତ ହୋଇଥିବାବେଳେ କରୋନା ଯୋଗୁଁ ଚତୁର୍ଥ ସଂସ୍କରଣ ଗତବର୍ଷ ଏପ୍ରିଲ ୧୭ରେ ଅନଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷାବିତ୍।

The post ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ମୋଦି   appeared first on Odisha Reporter.



from Odisha Reporter https://ift.tt/l50TqoD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages