ନୂଆଦିଲ୍ଲୀ: ଆଜି ପୁଣି ତେଲ ଦରରେ ନିଆଁ ଲାଗିଛି। ବଢ଼ିଲା ପେଟ୍ରୋଲ ଓ ଡିଜେଲର ଦର। ତେଲ ଲିଟର ପିଛା ୭୬ ପଇସାରୁ ୮୫ ପଇସା ବଢିଛି ଦର। ଦିଲ୍ଲୀରେ ପେଟ୍ରୋଲ ଲିଟର ୯୭.୮୧, ଡିଜେଲ ୮୯.୦୭ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୨.୫୧ ଟଙ୍କା, ଡିଜେଲ ୯୬.୭୦ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ୧୦୩.୬୭ ଟଙ୍କା , ଡିଜେଲ ୯୩.୭୧ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ୧୦୬.୩୪ ଓ ଡିଜେଲ ୯୧.୪୨ ଟଙ୍କା ପହଞ୍ଚିଛି।
ଚଳିତ ସପ୍ତାହରେ ଲଗାତାର ତୃତୀୟଥର ଭାବେ ଏହି ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୮୧ ଛୁଇଁଥିବା ବେଳେ ଡିଜେଲ ୮୯.୦୭ ଟଙ୍କା ଛୁଇଁଛି। ତୈଳ ରିଟେଲର ଆଇଓସି, ଭାରତ ପେଟ୍ରୋଲିୟମ କର୍ପୋରେଶନ, ହିନ୍ଦୁସ୍ଥାନ ପେଟ୍ରୋଲିୟ କର୍ପୋରେସନ ମଧ୍ୟ ସେମାନଙ୍କ ଦର ବୃଦ୍ଧି କରିଛନ୍ତି। ନିକଟରେ ୫ ରାଜ୍ୟରେ ନିର୍ବାଚନ ଥିବାରୁ ଆଇଓସି, ଭାରତ ପେଟ୍ରୋଲିୟମ କର୍ପୋରେଶନ, ହିନ୍ଦୁସ୍ଥାନ ପେଟ୍ରୋଲିୟ କର୍ପୋରେସନ ୧୯,୦୦୦ କୋଟି ଟଙ୍କା କ୍ଷତି ସହିଥିବା ନିବେଶକ ସଂସ୍ଥା ମୋଡି ପକ୍ଷରୁ କୁହାଯାଇଥିଲା। ପର୍ବରୁ ମାର୍ଚ୍ଚ ୨୨ ଏବଂ ୨୩ରେ ତେଲ ଦର ବୃଦ୍ଧି କରାଯାଥିଲା। ସତେବେଳେ ଲିଟର ପ୍ରତି ୮୦ ପଇସା ବୃଦ୍ଧି କରାଯାଥିଲା। ତେବେ ଗୁରୁବାର ଗୋଟିଏ ଦିନ ପରେ ପୁଣି ହଠାତ୍ ଶୁକ୍ରବାର ତେଲ ଦର ବୃଦ୍ଧି ପାଇଛି। ପୂର୍ବରୁ କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦାମ୍ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି।
ଶେଷ ଥର ଲାଗି ୨୦୨୧ ଅକ୍ଟୋବର ୬ରେ ଏଲ୍ପିଜି ଦାମ୍ ବଢ଼ିଥିଲା। ତେବେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍ପିଜି ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା। ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।
The post ଆଜି ପୁଣି ଝଟ୍କା: ସପ୍ତାହରେ ୩ ଥର ବଢ଼ିଲା ପେଟ୍ରୋଲ ଦର appeared first on Odisha Reporter.
from Odisha Reporter https://ift.tt/fvpYcDl
No comments:
Post a Comment