ଇଭିଏମ୍‌ରେ ନ ଥିଲା ପ୍ରାର୍ଥୀଙ୍କ ନାମ, ଆଜି ପୁଣି ହେବ ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 24, 2022

ଇଭିଏମ୍‌ରେ ନ ଥିଲା ପ୍ରାର୍ଥୀଙ୍କ ନାମ, ଆଜି ପୁଣି ହେବ ଭୋଟ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ଥିବା ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା ।

ଉମରକୋଟ୍ ଆସନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ନାଁ ୧୪ ନମ୍ବର ବୁଥ୍‌ରେ ଥିବା ଇଭିଏମ୍‌ରେ  ନ ରହି ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ   ଉଲ୍ଲେଖ ରହିଥିଲା । ଏ କଥା ଜଣାପଡ଼ିବା ବେଳକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା ।

ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୁଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ । ଏହାପରେ ଆଜି ପୁଣି ଥରେ ଭୋଟ ହେବ ବୋଲି ଜଣାପଡ଼ିଛି।

The post ଇଭିଏମ୍‌ରେ ନ ଥିଲା ପ୍ରାର୍ଥୀଙ୍କ ନାମ, ଆଜି ପୁଣି ହେବ ଭୋଟ appeared first on Odisha Reporter.



from Odisha Reporter https://ift.tt/nGNZ5lI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages