୬,୮୩୨ ଖଣ୍ଡ ଭୋଟରେ ହାରିଲେ ଯୋଗୀଙ୍କ ଡେପୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 10, 2022

୬,୮୩୨ ଖଣ୍ଡ ଭୋଟରେ ହାରିଲେ ଯୋଗୀଙ୍କ ଡେପୁଟି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପି ରେକର୍ଡ ବିଜୟ ସହ ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେପି ଏକାକୀ ୨୫୫ ଆସନ ଜିତିଥିବା ବେଳେ ସହଯୋଗୀ ଦଳଗୁଡ଼ିକ ମଧ୍ୟ ବିଭିନ୍ନ ସ୍ଥାନରେ ବାଜିମାତ କରିଛନ୍ତି। ୟୁପିରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୦୨ ହୋଇଥିବା ବେଳେ ବିଜେପି ମେଣ୍ଟ ୨୭୪ ଆସନ ଦଖଲ କରିଛନ୍ତି।

ଏହି ଐତିହାସିକ ସଫଳତା ସତ୍ତ୍ୱେ ବିଜେପି କ୍ୟାମ୍ପରେ ସାମାନ୍ୟ ନିରାଶ ଭାବ ଦେଖାଦେଇଛି। କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡେପୁଟି କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ହାରିବାକୁ ପଡ଼ିଛି। ସେ ସିରାଥୁ ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ସାମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ପଲ୍ଲବୀ ପଟେଲ ବିଜୟୀ ହୋଇଛନ୍ତି। ପଲ୍ଲବୀ ହେଉଛନ୍ତି ଆପନା ଦଳ(କାମେରାୱାଡି)ର ନେତ୍ରୀ। କିନ୍ତୁ ସେ ସପା ସହ ମେଣ୍ଟ କରିଥିଲେ। ସିରାଥୁ ଆସନରେ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ୬,୮୩୨ ଖଣ୍ଡ ଭୋଟରେ ହରାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଲ୍ଲବୀ ପଟେଲଙ୍କ ଭଉଣୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ସିରାଥୁରେ ମଧ୍ୟ ସେ କେଶବ ମୌର୍ଯ୍ୟଙ୍କ ପାଇଁ ପ୍ରଚାର କରିଥିଲେ। ଅନୁପ୍ରିୟାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ନୀତୀନ ଗଡ଼କରୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପଲ୍ଲବୀଙ୍କ ବିରୋଧରେ ପ୍ରଚାର କରିଥିଲେ। ଏହା ସତ୍ତ୍ୱେ ସିରାଥୁରେ କେଶବ ମୌର୍ଯ୍ୟ ଜିତିବାକୁ ସକ୍ଷମ ହୋଇନାହାନ୍ତି।

ସୂଚନାଯୋଗ୍ୟ, ବିଜେପି ମେଣ୍ଟ ୨୭୪ଟି ଆସନରେ ଜିତି ଥିବା ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମେଣ୍ଟ ୧୨୫ଟି ସ୍ଥାନରେ ବାଜିମାତ କରିଛି। ସେହିପରି କଂଗ୍ରେସ ୨ଟି ଓ ବିଏସ୍ପି କେବଳ ଗୋଟିଏ ଆସନ ହାସଲ କରିବାକୁ ସକ୍ଷମ ହୋଇଛି।

The post ୬,୮୩୨ ଖଣ୍ଡ ଭୋଟରେ ହାରିଲେ ଯୋଗୀଙ୍କ ଡେପୁଟି appeared first on Odisha Reporter.



from Odisha Reporter https://ift.tt/1qhrl3C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages