ବିଜେପିକୁ ସମର୍ଥନ ଘୋଷଣା କଲା ଏମଜିପି, ଆସନ ସଂଖ୍ୟା ୨୫କୁ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 10, 2022

ବିଜେପିକୁ ସମର୍ଥନ ଘୋଷଣା କଲା ଏମଜିପି, ଆସନ ସଂଖ୍ୟା ୨୫କୁ ବଢ଼ିଲା

ନୂଆଦିଲ୍ଲୀ: ଗୋଆରେ ମ୍ୟାଜିକ ନମ୍ବର ଠାରୁ ଗୋଟିଏ ଆସନ କମ ଜିତିଥିବା ବିଜେପି ବେଶ ସହଜରେ ସରକାର ଗଠନ କରିବ। କାରଣ ବିଜେପିକୁ ସମର୍ଥନ ଘୋଷଣା କରିଛି ଆଞ୍ଚଳିକ ଦଳ ଏମଜିପି। ଏହି ସମର୍ଥନ ପରେ ବିଜେପି ଓ ସହଯୋଗୀ ଦଳଙ୍କ ଆସନ ସଂଖ୍ୟା ୨୫ରେ ପହଞ୍ଚି ଯାଇଛି।

ଗୋଆରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୧ ହୋଇଥିବା ବେଳେ ବିଜେପି ମେଣ୍ଟ ପାଖରେ ୨୫ ଆସନ ରହିଛି। ତେଣୁ ବିଜେପି ଏଠାରେ ପୁଣି ସରକାର ଗଠନ କରିବ।

ବିଜେପି ଗୋଆର ୪୦ଟି ବିଧାନସଭା ଆସନରୁ ଏକାକୀ ୨୦ଟିରେ ଜିତିଛି। ସେହିପରି ଦଳକୁ ୩ ସ୍ୱାଧୀନ ବିଧାୟକ ଆଣ୍ଟୋନିଓ ବ୍ୟାସ, ଚନ୍ଦ୍ରକାନ୍ତ ସେଟ୍ଟୀ ଓ ଆଲେକ୍ସ ରେଗିନାଲ୍ଡ ସମର୍ଥନ କରିଥିଲେ। ଏବେ ଏମଜିପିର ୨ ବିଧାୟକ ମଧ୍ୟ ବିଜେପି କ୍ୟାମ୍ପକୁ ଆସିଛନ୍ତି।

ବିଜେପି ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ନମ୍ବର ଥିବାରୁ ଦଳ ଆଜି ରାଜ୍ୟପାଳଙ୍କୁ ଭେଟିବ। ଏଥିସହ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଅନୁମତି ମାଗିବ। ସୋମବାର ଗୋଆରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠର କାର୍ଯ୍ୟକ୍ରମ ରହିଛି।

ଗୋଆରେ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୧ଟି ସ୍ଥାନରେ ବିଜୟୀ ହୋଇଛି। ସେହିପରି ଆମ ଆଦମୀ ପାର୍ଟି ୨ଟି, ଏମଜିପି ୨ଟି, ଆରଜିପି ୧, ଜିଏଫପି ୧ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଜିତିଛନ୍ତି। ବିଜେପି ରାଜ୍ୟରେ ୩୩.୩% ଭୋଟ ପାଇଥିବା ବେଳେ କଂଗ୍ରେସ ୨୩.୪୬% ଭୋଟ ପାଇଛି।

୨୦୧୭ ତୁଳନାରେ କଂଗ୍ରେସର ଭୋଟ ଭାଗ ୫% ହ୍ରାସ ପାଇଛି। ଏମଜିପି ୭.୨୬%, ଆପ ୬.୭୭% ଓ ଟିଏମସିର ଭୋଟ ଭାଗ ୫.୨୧% ରହିଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳଗୁଡ଼ିକ ୧୯.୩୩% ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି।

The post ବିଜେପିକୁ ସମର୍ଥନ ଘୋଷଣା କଲା ଏମଜିପି, ଆସନ ସଂଖ୍ୟା ୨୫କୁ ବଢ଼ିଲା appeared first on Odisha Reporter.



from Odisha Reporter https://ift.tt/sZyXvng

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages