ଓସ୍କାର୍‌ରେ ‘DUNE’ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 27, 2022

ଓସ୍କାର୍‌ରେ ‘DUNE’ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲସ୍‌ ଏଞ୍ଜଲିସ୍‌:  ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା। ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୪ଟି ଆୱାର୍ଡ।

ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ସାଉଣ୍ଡ କ୍ୟାଟେଗୋରୀ ଏବଂ ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ କ୍ୟାଟେଗୋରୀ ଆୱାର୍ଡ ଜିତିବା ପରେ ‘ଡୁଏନ୍‌’ ବର୍ତ୍ତମାନ ଶ୍ରେଷ୍ଠ ଏଡିଟିଂ ବର୍ଗରେ ଓସ୍କାର ଜିତିଛି। ଏକାଡେମୀ ପୁରସ୍କାରରେ ଏହା ‘ଡ୍ୟୁନ୍’ର ଚତୁର୍ଥ ବିଜୟ। ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ଏହା ଡେନିସ୍ ଭିଲେନେଭଙ୍କ ପ୍ରଥମ ପୁରସ୍କାର।

ଶ୍ରେଷ୍ଠ ଅଭିନେତା ରୂପେ ୱିଲ ସ୍ମିଥ ଓସ୍କାର ଆୱାର୍ଡ ହାତେଇଛନ୍ତି। ତାଙ୍କୁ ଫିଲ୍ମ ‘King Richard’ ପାଇଁ ଏହି ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ‘ଦି ପାୱାର୍ ଅଫ୍ ଡଗ୍‌’ ପାଇଁ ଜେନ କାମ୍ପିୟନକୁ ଓସ୍କାର ଆୱାର୍ଡ ମିଳିଛି।

ସେହିପରି ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing With Fire’ ଓସ୍କାର ଆୱାର୍ଡରୁ ବଞ୍ଚିତ ହୋଇଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ‘Summer of Soul’ ବାଜି ମାରିନେଇଛି। ଓସ୍କାର ନମିନେସନ ଯାଏଁ ଭାରତର ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing With Fire’ ପହଞ୍ଚିବା  ଏକ ବଡ଼ କଥା, କିନ୍ତୁ ଏହି ଦୌଡ଼ରୁ ବାହାରିବା ମଧ୍ୟ ନିରାଶାଜନକ।

ଜେମ୍ସ ବଣ୍ଡ ଫିଲ୍ମ ହେଉଛି ସେହି ସ୍ମରଣୀୟ ଚଳଚ୍ଚିତ୍ର ଯାହା କେବଳ ହଲିଉଡରେ ନୁହେଁ ସମଗ୍ର ବିଶ୍ୱରେ ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ୯୪ତମ ଓସ୍କାର ସମାରୋହରେ ‘ଜେମ୍ସ ବଣ୍ଡ’ର ୬୦ବର୍ଷ ପୂର୍ତ୍ତି ହେବା ନେଇ ଉତ୍ସବ ପାଳନ କରାଯାଇଥିଲା।

The post ଓସ୍କାର୍‌ରେ ‘DUNE’ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା appeared first on Odisha Reporter.



from Odisha Reporter https://ift.tt/ofS4iYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages