ନୂଆଦିଲ୍ଲୀ: ୨୦୧୬ ଆଇଏଏସ୍ ଟପ୍ପର ଟିନା ଡାବି। ନିକଟରେ ଆଇଏଏସ୍ ଅଥର ଖାନ୍ଙ୍କୁ ଛାଡପତ୍ର ଦେଇଥିଲେ ଟିନା। ଏବେ କିନ୍ତୁ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସୋଶାଲ ମିଡିଆ ଜରିଆରେ ନିଜ ଦ୍ୱିତୀୟ ବିବାହ ବାବଦରେ ସୂଚନା ଦେଇଛନ୍ତି ଟିନା। ନିଜର କାର୍ଯ୍ୟଶୈଳୀ ଏବଂ ସୋଶାଲ ମିଡିଆରେ ସକ୍ରିୟ ରହି ଚର୍ଚ୍ଚାରେ ରହୁଥିବା ଟିନା ଡାବି ୨୦୧୬ରେ ଟପ୍ପର ହୋଇଥିଲେ। ଆଉ ଅଥର ଖାନ୍ ପାଇଥିଲେ ଦ୍ୱିତୀୟ ରାଙ୍କ।
ଉଭୟ ଟ୍ରନିଂ ବେଳେ ପରସ୍ପରକୁ ଭଲ ପାଇ ବସିଥିଲେ। ଆଉ ୨୦୧୮ରେ ବିବାହ କରିଥିଲେ। ଦୁଇ ଶିକ୍ଷିତ ବ୍ୟକ୍ତି ଧର୍ମ ଅଲଗା ହୋଇଥିଲେ ମଧ୍ୟ ପରସ୍ପରକୁ ଆପଣାଇଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏମିତିକି ଏହି ବିବାହକୁ ଅନେକ ମନ୍ତ୍ରୀ ମଧ୍ୟ ଆସିଥିଲେ, ଟ୍ୱିଟ୍ କରି ଉଭୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ନଥିଲା। ୨୦୨୦ରେ ଟିନା ଓ ଅଥର ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ବିବାହ ପରେ ଅଥାର ଖାନ ରାଜସ୍ଥାନରେ କାମ କରୁଥିଲେ, କିନ୍ତୁ ଟିନାଙ୍କ ଛାଡପତ୍ର ପରେ ସେ ଜମ୍ମୁ କଶ୍ମୀର କ୍ୟାଡରକୁ ଯାଇଥିଲେ।
ଛାଡପତ୍ର ପରେ ଏବେ ଟିନା ପୁଣି ଥରେ ଆଉ ଜଣଙ୍କୁ ଦେଇଛନ୍ତି ମନ। ୨୦୧୩ ବ୍ୟାଚ୍ର ଆଇଏସ୍ ପ୍ରଦୀପ ଗାୱାଣ୍ଡେଙ୍କୁ ସେ ବିବାହ କରିବାକୁ ମନ ବଳାଇଛନ୍ତି। ସେ ନିଜ ନିର୍ବନ୍ଧ ବେଳର ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏପ୍ରିଲ ୨୨ରେ ଜୟପୁରର ଏକ ଗ୍ରାଣ୍ଡ ହୋଟେଲରେ ଟିନା ଓ ପ୍ରଦୀପ ବିବାହ କରିବେ।
ନିଜ ଇନଷ୍ଟାଗ୍ରାମରେ ପ୍ରଦୀପ ଗାୱାଣ୍ଡେଙ୍କ ସହ ଫଟୋ ଶେଆର କରି ଟିନା ନିଜେ ତାଙ୍କ ନୂଆ ଜୀବନସାଥୀ ବିଷୟରେ ପ୍ରକାଶ କରିଛନ୍ତି । ତାଙ୍କ ଭାବି ସ୍ୱାମୀଙ୍କ ସହ ଟିନା ଇନଷ୍ଟାଗ୍ରାମରେ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ପ୍ରଦୀପ ଗାୱାଣ୍ଡେ ଓ ଟିନା ହାତରେ ହାତରେ ଧରି ବସିଥିବାର ଦେଖିବାକୁ ମିଳିଛି।
୧୯୮୦ ମସିହା ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଦୀପ। ସେ ଚୁରୁ ଜିଲ୍ଲାରେ ଜିଲ୍ଲାପାଳ ଥିଲେ। ଆଇଏଏସ୍ ହେବା ପୂର୍ବରୁ ଜଣେ ଏମ୍ବିବିଏସ୍ ଡାକ୍ତର ମଧ୍ୟ ଥିଲେ। ଟିନା ଓ ପ୍ରଦୀପଙ୍କ ଖାସ୍ କଥା ହେଲା ଯେ ଉଭୟ ଦ୍ୱିତୀୟ ବିବାହ କରୁଛନ୍ତି।
View this post on Instagram
The post ପୁଣି ହାତକୁ ଦି ହାତ ହେବେ IAS ଟପ୍ପର ଟିନା ଡାବି appeared first on Odisha Reporter.
from Odisha Reporter https://ift.tt/TFRcJ7H
No comments:
Post a Comment