ବିନା ଟାୟାର୍‌ରେ ୨୨ କି.ମି ଦୌଡିଲା ଗୋରୁ ଚାଲାଣ ଗାଡି, ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 9, 2022

ବିନା ଟାୟାର୍‌ରେ ୨୨ କି.ମି ଦୌଡିଲା ଗୋରୁ ଚାଲାଣ ଗାଡି, ଧରିଲା ପୁଲିସ

ନୂଆଦିଲ୍ଲୀ: ବିନା ଟାୟାର୍‌ରେ ରାସ୍ତା ଉପରେ ୨୨ କିଲୋମିଟର ଦୌଡିଲା ଚୋରା ଗୋରୁ ଚାଲାଣ ଗାଡି। ଦିଲ୍ଲୀ ନିକଟସ୍ଥ ସାଇବର ସିଟି ଗୁରୁଗ୍ରାମରୁ ସାମ୍ନାକୁ ଆସିଛି ଏଭଳି କିଛି ଫଟୋ। ପୁଲିସ ଠାରୁ ବର୍ତ୍ତିବା ପାଇଁ ଗୋ-ତସ୍କରି କରୁଥିବା ଦଳ କିଛି ଏଭଳି ଆତଙ୍କ ଖେଳାଇଛନ୍ତି।

ସୂଚନା ମୁତାବକ,  ଯେତେବେଳେ ଗୋରୁ ଭର୍ତ୍ତି ଏକ ମିନି ଭ୍ୟାନ୍‌ ଦିଲ୍ଲୀ ସୀମାରୁ ଗୁରୁଗ୍ରାମରେ ପ୍ରବେଶ କରିଥିଲା, ସଙ୍ଗେ ସଙ୍ଗେ ଗା-ରାକ୍ଷୀମାନେ ସେହି ଗାଡିର ପିଛା କରିଥିଲେ। ଏଥିସହ ଯେଉଁ ଗାଡିରେ ଗୋରୁ ଚାଲାଣ ହେଉଥିଲା ତାକୁ ମଧ୍ୟ ପଞ୍ଚର କରିଦେଇଥିଲେ। ତଥାପି ଦୁର୍ବୃତ୍ତମାନେ ବେପରୁଆ ଭାବେ ବିନା ଟାୟାରରେ ୨୨ କିଲୋମିଟର ଯାଏଁ ମିନି ଭ୍ୟାନ୍‌ଟିକୁ ଦୌଡାଇଥିଲେ। ଏଥିସହ ଚଳନ୍ତା ଗାଡିରୁ ଗାଈମାନଙ୍କୁ ରାସ୍ତା ଉପରକୁ ଫିଙ୍ଗିବା ଆରମ୍ଭ କରିଥିଲେ।

କେବଳ ସେତିକି ନୁହେଁ, ଏହି ଗା-ଚୋରା ଚାଲାଣକାରୀମାନେ ଗୋରକ୍ଷୀଙ୍କ ଉପରେ ଲଗାତାର ଗୁଳିମାଡ ମଧ୍ୟ କରିଥିଲେ। ପ୍ରାୟ ୨୨ କିଲୋମିଟର ଗାଡିକୁ ବିନା ଟାୟାର୍‌ରେ ଦୌଡାଇବା ପରେ ପୁଲିସ ସେମାନଙ୍କୁ ଧରିଛି।  ସୋହନା ରାସ୍ତାରେ ଥିବା ଧାମଡୋଜ୍‌ ଟୋଲ ପ୍ଲାଜା ନିକଟରେ ପୁଲିସ ୫  ଗୋରୁ ଚୋରା ଚାଲାଣକାରୀ ଧରିଛି।  ଅନ୍ୟ ଦୁଇ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି।

ଏହି ଗୋରୁ ଚୋରା ଚାଲାଣକାରୀଙ୍କ ଗାଡିରୁ ବେଆଇନ୍‌ ଅସ୍ତ୍ରଶସ୍ତ୍ର ଓ ଗୁଳି ମଧ୍ୟ ଜବତ କରିଛି ପୁଲିସ। ଏକ ମାମଲା ରୁଜୁ କରି ଏମାନଙ୍କ ବିରୋଧରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଗୁରୁଗ୍ରାମରେ ଗୋ ତସ୍କରମାନେ ଏଭଳି ଆତଙ୍କ ଖେଳାଇବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ଗୋରୁ ଚୋରା ଚାଲଣକାରୀମାନେ ଗୋରକ୍ଷୀଙ୍କ ଉପରେ ହମ୍‌ଲା କରିଛନ୍ତି।

The post ବିନା ଟାୟାର୍‌ରେ ୨୨ କି.ମି ଦୌଡିଲା ଗୋରୁ ଚାଲାଣ ଗାଡି, ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/L2tXEde

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages