ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚାରପାଲି ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଶ୍ରମିକ ଡୁଙ୍ଗୁଲିପାଲି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର। ସେମାନେ ବରଗଡ଼ରେ ରେଳବାଇରେ କାମ କରିବାକୁ ଯାଉଥିଲେ।
ଶ୍ରମିକଙ୍କୁ ନେଇ ପିକ୍ଅପ୍ ଭ୍ୟାନଟି ଦ୍ରୁତଗତିରେ ଯାଉଥିଲା। ତେଣୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଉଛି। ପୁଲିସ୍ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହା ସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ଓଲଟି ପଡ଼ିଲା ୨୦ ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/btkyejJ
No comments:
Post a Comment